ଓଡିଶା

odisha

ETV Bharat / state

ଜମିରେ କେନାଲ ପାଣି ଛାଡିବା ଦାବିରେ ଚାଷୀଙ୍କ ବିକ୍ଷୋଭ - subarnapur Farmers

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଚାଷୀମାନେ ବିରମହାରାଜପୁର ଉପଖଣ୍ଡର ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସୁବର୍ଣ୍ଣପୁରରେ ଚାଷୀଙ୍କ ଆନ୍ଦୋଳନ
ସୁବର୍ଣ୍ଣପୁରରେ ଚାଷୀଙ୍କ ଆନ୍ଦୋଳନ

By

Published : Jan 22, 2021, 2:13 PM IST

ସୁବର୍ଣ୍ଣପୁର: ଚାଷ ଜମିକୁ କେନାଲ ପାଣି ଯୋଗାଇ ଦେବା ଦାବିରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଚାଷୀମାନେ ବିରମହାରାଜପୁର ଉପଖଣ୍ଡର ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କେନାଲ ପାଣି ଛାଡିବା ଦାବିରେ ଚାଷୀଙ୍କ ବିକ୍ଷୋଭ

ରବି ଧାନଚାଷ ପାଇଁ ଚାଷ ଜମିକୁ କେନାଲ ପାଣି ଯୋଗାଇ ଦିଆଯାଉ ନଥିବାରୁ ଚାଷୀମାନେ ଜଳ ସେଚନ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତିକୁଡ଼ା, ଘମଣ୍ଡିଆପାଳି, ଗଣ୍ଡପାଳି ଆଦି ଗାଁର ଚାଷୀମାନେ କେନାଲରେ ତୁରନ୍ତ ପାଣି ଛାଡିବାକୁ ଦାବି କରିଛନ୍ତି।

ତଳି ପକାଇବା ପାଇଁ ପାଣି ଯୋଗାଇ ଦିଆଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚାଷ ଜମିକୁ ଏ ପର୍ଯ୍ୟନ୍ତ ପାଣି ଆସିନାହିଁ । ଫଳରେ ତଳି ସବୁ ମରିବାକୁ ବସିଲାଣି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରେ ଚାଷୀଙ୍କ ଆନ୍ଦୋଳନ

କେନାଲ ପାଣି ଯୋଗାଇ ଦେବାରେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ କରି ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯଦି କେନାଲ ପାଣି ଯୋଗାଇ ଦେବା ପାଇଁ ତୁରନ୍ତ ପଦକ୍ଷେପ ନିଆ ନଯାଏ, ତେବେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚାଷୀମାନଙ୍କ ପକ୍ଷରୁ କୁହାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details