ଓଡିଶା

odisha

ETV Bharat / state

ବଲିଉଡରୁ ବିଶ୍ବ, ସଭିଙ୍କ ପସନ୍ଦ ସମ୍ବଲପୁର ପାଟଶାଢୀ - sambalpur bandha saree

ଓଡିଶାରେ ଶାଢୀକୁ ନେଇ ରହିଛି ଏକ ସ୍ବତନ୍ତ୍ର ପରିଚୟ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାରର ଶାଢୀ ପ୍ରସ୍ତୁତ ହୁଏ । କିନ୍ତୁ ହାତ ବୁଣା ସୂତାଶାଢୀ ହେଉ ଅବା ସୁବର୍ଣ୍ଣପୁର ପ୍ରସିଦ୍ଧ ବାନ୍ଧକଳା ଶାଢୀ । ଏହା ଯେତିକି ସୁନ୍ଦର, ସୂକ୍ଷ୍ମ ଓ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହେଉଥିବାରୁ ରହିଛି ଭିନ୍ନ ପରିଚୟ । ତେବେ କଣ ରହିଛି ସୁବର୍ଣ୍ଣପୁର ବାନ୍ଧକଳା ପାଟଶାଢୀର ସ୍ବତନ୍ତ୍ର ଦେଖନ୍ତୁ ଆମ ଏହି ରିପୋର୍ଟରେ...

ସୁବର୍ଣ୍ଣପୁରର ପାଟଶାଢୀରେ ଚମକୁଛି ବିଶ୍ବ
ସୁବର୍ଣ୍ଣପୁରର ପାଟଶାଢୀରେ ଚମକୁଛି ବିଶ୍ବ

By

Published : Aug 28, 2020, 6:14 PM IST

Updated : Aug 28, 2020, 6:51 PM IST

ସୁବର୍ଣ୍ଣପୁର: ନାରୀର ସୌନ୍ଦର୍ଯ୍ୟକୁ ଦ୍ୱିଗଣିତ କରେ ଶାଢୀ । ଯେକୌଣସି ଶାଢୀ ପରିଧାନ କଲେ ଜଣେ ନାରୀ ଅଧିକ ସୁନ୍ଦର ଦେଖାଯିବା ସ୍ବାଭାବିକ । ଆଉ ଭାରତୀୟ ପରମ୍ପରା ସଂସ୍କୃତି ମାନ ସ୍ବାଭିମାନରେ ଶାଢୀର ରହିଛି ସ୍ବତନ୍ତ୍ର ସ୍ଥାନ । ତେବେ ବଜାରରେ ଶହଶହ ପ୍ରକାରର ଶାଢୀ ମିଳୁଛି । ଅନେକ ପ୍ରକାରର ଛାପା ଶାଢୀ ପଲିଷ୍ଟର ଶାଢୀ ମଧ୍ୟ ଉପଲବ୍ଧ । ହେଲେ ଓଡିଶାରେ ଶାଢୀକୁ ନେଇ ରହିଛି ଏକ ସ୍ବତନ୍ତ୍ର ପରିଚୟ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାରର ଶାଢୀ ପ୍ରସ୍ତୁତ ହୁଏ । କିନ୍ତୁ ହାତ ବୁଣା ସୂତାଶାଢୀ ହେଉ ଅବା ସୁବର୍ଣ୍ଣପୁର ପ୍ରସିଦ୍ଧ ବାନ୍ଧକଳା ଶାଢୀ । ଏହା ଯେତିକି ସୁନ୍ଦର, ସୂକ୍ଷ୍ମ ଓ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହେଉଥିବାରୁ ରହିଛି ଭିନ୍ନ ପରିଚୟ ।

ଶାଢୀ ଭିତରେ ପାଟ । ଆଉ ପାଟ ଭିତରେ ସମ୍ବଲପୁରୀ ପାଟ ବସ୍ତ୍ର । ଖାଲି ଓଡିଶା ନୁହେଁ ଦେଶବିଦେଶରେ ମହିଳାଙ୍କ ପ୍ରଥମ ପସନ୍ଦ ବାନ୍ଧଶାଢୀ ବା ସମ୍ବଲପୁରୀ ପାଟ । ସୁବର୍ଣ୍ଣପୁର ଜିଲ୍ଲାର କାରିଗରୀଙ୍କ ବାନ୍ଧକଳାରେ ଭଳି କି ଭଳି ଡିଜାଇନର ବସ୍ତ୍ର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚହଳ ପକାଇ ପାରିଛି । ଏସବୁ ମଧ୍ୟରେ ରହିଛି ବୃକ୍ଷ ବାନ୍ଧ,ଚକ୍ର ବାନ୍ଧ , ଦୁଷ୍ମନ୍ତ ଶକୁନ୍ତଳା, ଡବଲ ଇକତ, ଫେରା ଓ ଆସମାନ ତାରା ଆଦି । ନିକଟରେ ବଲିଉଡର ଅଭିନେତ୍ରୀ ବିଦ୍ୟା ବାଲାନ ଏହି ଶାଢୀ ପିନ୍ଧି ନିଜ ଫିଲ୍ମ ପ୍ରମୋସନରେ ମଧ୍ୟ ନଜର ଆସିଥିଲେ ।

ରଙ୍ଗ ଓ ସୁତା କୁ ନେଇ ନିଜ ହାତର ଯାଦୁଗରୀ ସ୍ପର୍ଶ ଦେଇ ନିଜ କଳ୍ପନା କୁ ବାସ୍ତବ ରୂପ ଦେବାରେ ସୁବର୍ଣ୍ଣପୁର ର ବୁଣାକାର ମାନେ ସିଦ୍ଧହସ୍ତ । ପାରମ୍ପରିକ ବାନ୍ଧ ଡିଜାଇନରେ ବୁଣାକାର ମାନେ ନୂତନ ନେଚୁରାଲ ଲାଇଫ, ଶଙ୍କର ସେତୁ, ଲହରୀ ଓ ଗଣିତ ଆଦି ନୂଆ ନୂଆ ବାନ୍ଧ ପ୍ରୟୋଗ କରି ଭଳି କି ଭଳି ବସ୍ତ୍ର ଉତ୍ପାଦନ କରୁଛନ୍ତି । ଉନ୍ନତ ମାନର ପାଟବସ୍ତ୍ର ତିଆରି କରି ବୁଣାକାର ଓ ଡିଜାଇନର ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେଉଛନ୍ତି । ବର୍ତ୍ତମାନ ବାନ୍ଧ କଳା ଇ-ବ୍ୟବସାୟରେ ପ୍ରବେଶ କରିବା ପରେ ବାନ୍ଧ ଶିଳ୍ପୀ, ବୁଣାକାର ଆର୍ଥିକ ସ୍ବାବଲମ୍ବୀ ହୋଇପାରିଛନ୍ତି ।

ସୁବର୍ଣ୍ଣପୁରର ପାଟଶାଢୀରେ ଚମକୁଛି ବିଶ୍ବ

ବାନ୍ଧକଳା । ତାରନି ଭରନିର ମଜବୁତି । ସାର ବାନ୍ଧ ଓ ତାଲି ବାନ୍ଧର ପ୍ରୟୋଗରେ ହାତରେ ତିଆରି ହେଉଛି ନୂଆଁ ନୂଆଁ ଡିଜାଇନର ପାଟ ବସ୍ତ୍ର । ହାତ ତିଆରି ଏହି ବସ୍ତ୍ର ପ୍ରାକୃତିକ ରଙ୍ଗ, ସ୍ଥାୟୀତ୍ବ ତଥା ସରୁ ସୂତାରେ ତିଆରି ହୋଇଥିବାରୁ ମହିଳାମାନେ ଆଗ୍ରହ ସହ ପିନ୍ଧିଥାନ୍ତି । ଜଙ୍ଗଲ ଜାତ ସାମଗ୍ରୀରୁ ପ୍ରସ୍ତୁତ ହୁଏ ପ୍ରାକୃତିକ ରଙ୍ଗ । ଇ ବଜାରରେ ସୁବିଧା ସୁଯୋଗ ମିଳୁଥିବାରୁ ବୁଣାକାର ଓ ବାନ୍ଧ ଶିଳ୍ପୀମାନେ ମନଲାଖି ସୁବର୍ଣ୍ଣପୁରୀ ବସ୍ତ୍ର ଉତ୍ପାଦନ କରିପାରୁଛନ୍ତି । ବର୍ତ୍ତମାନ ବୁଣାକାର ପାରମ୍ପରିକ ତନ୍ତ ବଦଳରେ ମେକାନିକାଲ ତନ୍ତ ବ୍ୟବହାର କରି, ଅଳ୍ପ ସମୟ ଖର୍ଚ୍ଚରେ ଅଧିକ ଉତ୍ପାଦନ କରୁଛନ୍ତି । ରପ୍ତାନୀର ବିଭିନ୍ନ ଦିଗ ଉନ୍ମୋଚିତ ହୋଇଥିବାରୁ ଦିନକୁ ଦିନ ଏହି ଶିଳ୍ପରେ ଅଧିକରୁ ଅଧିକ ପୁଞ୍ଜିନିବେଶ ହେବାରେ ଲାଗିଛି ।

ଉଚ୍ଚ କୋଟିର ଇକତ ପାଟ ବସ୍ତ୍ର ପାଇଁ ଏକ ନୂତନ ପରିଚୟ ପାଇଛି ସୁବର୍ଣ୍ଣପୁର । ଶିଳ୍ପୀମାନଙ୍କ ଯାଦୁଗରୀ ହାତର ସ୍ପର୍ଶରେ ବାନ୍ଧକଳାର ପ୍ରୟୋଗରେ ସରୁ ସୂତାରେ ତିଆରି ହେଉଛି ପାଟବସ୍ତ୍ର । ଖାସ ଏଇଥି ପାଇଁ ସୁବର୍ଣ୍ଣପୁର ବାନ୍ଧକଳାର ପ୍ରୟୋଗ ଶାଳା ଭାବେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛି। ଏବଂ ଏଥିରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ଙ୍କ ଅବଦାନ ଅତୁଳନୀୟ। ତେବେ ବର୍ତ୍ତମାନ ଇ ବଜ଼ାର ବ୍ୟବସ୍ଥା ବୟନ ଶିଳ୍ପ କ୍ଷେତ୍ରରେ ଆହୁରି ଆର୍ଥିକ ପ୍ରଗତି ଆଣିବ ବୋଲି ଆଶା କରା ଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Aug 28, 2020, 6:51 PM IST

ABOUT THE AUTHOR

...view details