ଓଡିଶା

odisha

ETV Bharat / state

ଚକ୍ଷୁଦାନ ପାଇଁ ସଚେତନ କଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ - ଚିକିତ୍ସାଳୟ

ମୃତ୍ୟୁ ପରେ ଚକ୍ଷୁଦାନ ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଗଲେ ଅନ୍ଧତ୍ବ ଦୂରୀକରଣ ହୋଇପାରିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 6, 2019, 10:48 PM IST

ସୁବର୍ଣ୍ଣପୁର: ଚକ୍ଷୁ ଦାନ ମହତ୍ବ କାର୍ଯ୍ୟ କେବଳ ସ୍ଲୋଗାନରେ ହିଁ ସିମୀତ ହୋଇ ରହିଛି। ଆଜି(ଶୁକ୍ରବାର) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ହୋଇଯାଇଛି 34 ତମ ଜାତୀୟ ଚକ୍ଷୁଦାନ ପକ୍ଷ କାର୍ଯ୍ୟକ୍ରମ । ଏହି ଅବସରରେ ଜିଲ୍ଲା ମୁ୍ଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ଗୁରୁ କ୍ଷୋଭ ପ୍ରକାଶ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଗତ ଦୁଇ ବର୍ଷ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଚକ୍ଷୁ ଦାନ ପକ୍ଷ ପାଳନ କରାଯାଉଛି । ସଚେତନତା ବୈଠକ ଓ ସଚେତନତା କାର୍ଯ୍ୟକ୍ରମରେ ହିଁ ସିମୀତ ରହିଛି । ଜନସାଧାରଣଙ୍କ ଭିତରେ ଆବଶ୍ୟକ ସଚେତନତା କରାଯାଉ ନଥିବାରୁ ଜନସାଧାରଣ ଚକ୍ଷୁ ଦାନ ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ସେ ଆହୁରି କହିଛନ୍ତି କି ବଞ୍ଚିବା ମଧ୍ୟରେ ଚକ୍ଷୁର ସୁରକ୍ଷା ଓ ଯତ୍ନ ନେବା ସହିତ ମୃତ୍ୟୁ ପରେ ଚକ୍ଷୁ ଦାନ ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଗଲେ ଅନ୍ଧତ୍ବ ଦୂରୀକରଣ ଉପରେ ଏହା ବଡ ପଦକ୍ଷେପ ହେବ ।

ପ୍ରକାଶ ଥାଉକି ଗତ ଦୁଇ ବର୍ଷ ମଧ୍ୟରେ ଆଠ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାରେ ଜଣେ ବି ଚକ୍ଷୁ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରି ନାହାନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details