ଓଡିଶା

odisha

ETV Bharat / state

ଜଙ୍ଗଲ ଛାଡି ଗାଁ ମୁହାଁ ହାତୀ ପଲ, ଭୟରେ ଗ୍ରାମବାସୀ

ଧାନ ଫସଲ ଖାଇବା ଆଶାରେ ଗାଁ ମୁହାଁ ହୋଇଛନ୍ତି ହାତୀ ପଲ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ହିକୁଡି ଗାଁରେ ଦେଖିବାକୁ ମିଳିଛି ହାତୀ ଉତ୍ପାତ । ଅଧିକ ପଢନ୍ତୁ...

By

Published : Oct 6, 2021, 12:48 PM IST

ଗାଁ ମୁହାଁ ହାତୀପଳ, ଭୟରେ ଗ୍ରାମବାସୀ
ଗାଁ ମୁହାଁ ହାତୀପଳ, ଭୟରେ ଗ୍ରାମବାସୀ

ସୁବର୍ଣ୍ଣପୁର: ରାଜ୍ୟରେ ଅନେକ ସ୍ଥାନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଧାନ ଫସଲ ଖାଇବାରୁ ଗାଁ ମୁହାଁ ହୋଇଛନ୍ତି ହାତୀ ପଲ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ହିକୁଡି ଗାଁରେ ଦେଖିବାକୁ ମିଳିଛି ହାତୀ ଉତ୍ପାତ ।

ଗାଁ ମୁହାଁ ହାତୀପଳ, ଭୟରେ ଗ୍ରାମବାସୀ

ଗତକାଲି(ମଙ୍ଗଳବାର) ରାତିରେ ହାତୀ ପଲ ଗାଁକୁ ଆସି ଗାଁର ଅନେକ ଧାନବିଲକୁ ଦଳିଚକଟି ନଷ୍ଟ କରି ଦେଇଛନ୍ତି । ସକାଳ ହୋଇ ଯିବାରୁ ହାତୀପଲ ଜଙ୍ଗଲକୁ ଫେରି ନ ପାରି ଗାଁ ମୁଣ୍ଡ ମହାନଦୀ କୂଳରେ ଏକ ଛୋଟିଆ ଗାଁ ଜଙ୍ଗଲରେ ରହିଯାଇଛନ୍ତି । ହାତୀପଲଙ୍କ ଭିତରେ ଚାରୋଟି ବଡ ହାତୀ ଏବଂ ଦୁଇଟି ଛୁଆ ହାତୀ ଥିବା ଜଣାପଡିଛି ।

ଖବର ପାଇ ଉଲୁଣ୍ଡା ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ହିକୁଡିକୁ ପହଞ୍ଚିଛନ୍ତି । ତେବେ ଗାଁ ମୁଣ୍ଡରେ ହାତୀପଲ ଦେଖି ଭୟଭୀତ ହୋଇ ପଡିଛନ୍ତି ଗାଁ ଲୋକ । ସେପଟେ ହାତୀପଲ ଯେପରି ଲୋକଙ୍କ ଧନଜୀବନ ନଷ୍ଟ ନ କରିବେ ଓ ହାତୀପଲକୁ କିଭଳି ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇ ନିଆଯିବ ସେ ନେଇ ବନ ବିଭାଗ ଚେଷ୍ଟା ଜାରି ରହିଥିବା ବନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details