ସୁବର୍ଣ୍ଣପୁର:ସୁବର୍ଣ୍ଣପୁରରେ ହାତୀ ଆତଙ୍କ । ସୁବର୍ଣ୍ଣପୁର ସହରରେ ଆଜି ଭୋର ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସହର ଭିତରକୁ ଏକ ଦନ୍ତାହାତୀ ପଶି ଆସି ବ୍ୟାପକ ଉପଦ୍ରବ କରିଥିବା ଦେଖିବାକୁ ମିଳିଛି । ତେବେ ନବ ନିର୍ମାଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ବରେ ଦନ୍ତା ହାତୀଟିର ବୁଲୁଥିବାର ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏନେଇ ବନବିଭାଗକୁ ଖବର ଦେବା ପରେ ବନବିଭାଗ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇବାକୁ ପ୍ରୟାସ କରିଛନ୍ତି ।
ଜନବସତି ମୁହାଁ ଜଙ୍ଗଲୀ ହାତୀ । ସୁବର୍ଣ୍ଣପୁର ସହରରେ ଆଜି ଭୋର ସମୟରେ ଦନ୍ତା ହାତୀ ଦେଖିବାକୁ ମିଳିଛି । ଆଜି ସକାଳ ସମୟରେ ସହରର ନବ ନିର୍ମାଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ବରେ ହାତୀ ବୁଲୁଥିବାର ଲୋକେ ଦେଖିବାକୁ ପାଇଥିଲେ । ହାତୀଟି କଳାପଥର ପଞ୍ଚାୟତର ପ୍ରତୀକ ରାଇସ ମିଲ ବାଟ ଦେଇ ସହର ଭିତରକୁ ପଶି ଆସିଥିଲା ।ତେବେ ଜନବସତି ସ୍ଥାନରେ ହାତୀ ବୁଲୁଥିବାର ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇଯାଇଥିଲେ ।
ଏହାମଧ୍ୟ ପଢନ୍ତୁ..Elephant Terror: ଜଙ୍ଗଲ ଛାଡି ସହରରେ ବୁଲୁଛି ହାତୀ, ପାଟଣାଗଡ଼ବାସୀ ଆତଙ୍କିତ
ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ, ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇବାକୁ ପ୍ରୟାସ କରିଛନ୍ତି । ହାତୀଟି ସୋନପୁର ସ୍ପିନିଂ ମିଲ-ବିନିକା ରାଜ୍ୟ ରାଜପଥରେ ଯାଇ ଅର୍ଜୁନପୁର ଜଙ୍ଗଲ ଭିତରକୁ ପଶି ଯାଇଛି । ବନ କର୍ମଚାରୀମାନେ ହାତୀଟିକୁ ବାରପାହାଡ଼ ଜଂଗଲ ପଟକୁ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ଜଣା ପଡିଛି ।