ଓଡିଶା

odisha

ETV Bharat / state

ବଣୁଆ ହାତୀ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ କ୍ଷେତ

ରାଜ୍ୟର ସବୁ ସ୍ଥାନରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ତଳି ପଡିଥିବା ଧାନ ଉପରେ ଏବେ ବଣୁଆ ହାତୀଙ୍କ ନଜର ପଡିଛି । ସୁବର୍ଣ୍ଣପୁର ଜିଲ୍ଲାରେ ସୋମବାର ରାତିରେ ବଣୁଆ ହାତୀଙ୍କ ଏକ ପଲ ଆସି ଅନେକ ଚାଷୀଙ୍କ ଧାନ ତଳି ସବୁ ନଷ୍ଟ କରି ଦେଇଛନ୍ତି ।

By

Published : Aug 6, 2019, 2:31 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଚଳିତ ବର୍ଷ ବର୍ଷାରେ ଅନିୟମିତତା ପରେ ଫସଲ ଉପରେ ବଣୁଆ ହାତୀଙ୍କର ଉପଦ୍ରବ ଚାଷୀର ନିଦ ହଜାଇ ଦେଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗାଁରେ ହାତୀ ପଶି ଅନେକ ଚାଷ ଜମି ନଷ୍ଟ କରି ଦେଇଛନ୍ତି । ଏଥିରେ ଉତ୍‌କ୍ଷିପ୍ତ ହୋଇ ଚାଷୀମାନେ ବନକର୍ମଚାରୀଙ୍କୁ କ୍ଷତି ପୂରଣ ଦାବି କରିଛନ୍ତି ।

ବର୍ଷାକୁ ଅପେକ୍ଷା କରି ଶ୍ରାବଣ ମାସର ବିଦାୟ ନେବା ଉପରେ କିନ୍ତୁ ଇନ୍ଦ୍ର ଦେବତାଙ୍କର କୃପା ଦୃଷ୍ଟି ଏପର୍ଯ୍ୟନ୍ତ ପଡିଲା ନାହିଁ । ତେଣୁ ତଳି ପକା ଏଯାଏଁ ସରି ନାହିଁ । ଯେଣେତେଣେ ପ୍ରକାରେ ଜମିରେ ତଳି ପକାଇଥିବାବେଳେ ହାତୀମାନେ ଆସି ତାକୁ ମଧ୍ୟ ନଷ୍ଟ କରି ପକାଇଛନ୍ତି । ଦିନକୁ ଦିନ ହାତୀ ଉପଦ୍ରବ ବଢି ବଢି ଚାଲିଛି, ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗାଁର ସୁବାଷିନୀ ମନ୍ତ୍ରାଙ୍କର 3ଏକର, ସନ୍ତୋଷ ମେଣ୍ଡିଲିଙ୍କ 8ଏକର, ଛବି ବନଛୋରଙ୍କ 1ଏକର, ଓ ପଞ୍ଚାନନ ମନ୍ତ୍ରାଙ୍କର 1ଏକର ରୁଆ ଜମି ହାତୀ ନଷ୍ଟ କରି ଦେଇଛନ୍ତି । ବଣୁଆ ହାତୀ କରିଥିବା କ୍ଷୟକ୍ଷତିରେ ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି ।

ହାତୀ ଉପଦ୍ରବ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଦେଇଛି । ଫଳରେ ଉପଖଣ୍ଡ ବନ ବିଭାଗୀୟ କୋଟସମଲାଇ ଶାଖା ବନ କର୍ମଚାରୀଙ୍କୁ ଚାଷୀମାନେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଫସଲ ଅମଳ ସମୟରେ ସିଂହାସନ ଜଙ୍ଗଲରୁ ହାତୀମାନେ ଓହ୍ଲାଇ ଆସି ଫସଲ କ୍ଷତି କରୁଥିବାବେଳେ ଏଥର ତଳି ପକାଇବା ପୂର୍ବରୁ ଚାଷ ଜମି ମାଡି ଦଳି ନଷ୍ଟ କରି ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details