ଓଡିଶା

odisha

ETV Bharat / state

ମାଡ଼ି ଆସୁଛି ଖରା, ସହରରେ ଦେଖାଦେଲାଣି ବିଦ୍ୟୁତକାଟ ସମସ୍ୟା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖା ଦେଉଛି ଅହେତୁକ ବିଦ୍ୟୁତ କାଟ ସମସ୍ୟା। ଅଧିକ ପଢ଼ନ୍ତୁ

electricity problem in subarnapur
ମାଡ଼ି ଆସୁଛି ଖରା, ସହରରେ ଦେଖାଦେଲାଣି ବିଦ୍ୟୁତକାଟ ସମସ୍ୟା

By

Published : Mar 6, 2022, 2:17 PM IST

ସୁବର୍ଣ୍ଣପୁର: ସହରରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷତମାମ ଲୋ-ଭୋଲଟେଜ ସମସ୍ୟା ଏବଂ ମରାମତି ନାଁରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି।

ମାଡ଼ି ଆସୁଛି ଖରା, ସହରରେ ଦେଖାଦେଲାଣି ବିଦ୍ୟୁତକାଟ ସମସ୍ୟା

ସୁବର୍ଣ୍ଣପୁର ସହରରେ ବିଦ୍ୟୁତ କାଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ। ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଆରମ୍ଭ ହୋଇଥିବା ବେଳେ ସହରରେ ବିଦ୍ୟୁତ କାଟ ଏବେ ମୂଳ ସମସ୍ୟା ପାଲଟିଛି। ଏପରିକି ସହରରେ ବୈଦ୍ୟୁତିକ ଯନ୍ତ୍ରପାତି ସାହାଯ୍ୟରେ ଚାଲୁଥିବା କୁଟୀର ଶିଳ୍ପ ଉତ୍ପାଦନରେ ମଧ୍ୟ ପ୍ରଭାବ ପଡୁଛି । ଯାହା ଫଳରେ କୁଟୀର ଶିଳ୍ପ ଉତ୍ପାଦନରେ ଅହେତୁକ ହ୍ରାସ ପାଇଛି । ୱେସ୍କୋରୁ ଟାଟା ପାୱାରକୁ ବିଦ୍ୟୁତ ବିଭାଗ ହସ୍ତାନ୍ତର ହେବା ପରେ ଟାଟା ପାୱାର ଜନସାଧାରଣଙ୍କୁ ନିରବଛିନ୍ନ ଭାବେ ବିଦ୍ୟୁତ ଯୋଗାଇ ପାରୁ ନ ଥିବା ବିଜେପି ଅଭିଯୋଗ କରିଛି । ତୁରନ୍ତ ଏହାର ସମାଧାନ ନ କଲେ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନର ଚେତାବନୀ ଦେଇଛି ବିଜେପି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details