ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର 2ଟି ବ୍ଲକର ଉପ ନିର୍ବାଚନ ଫଳାଫଳ ଘୋଷିତ

ସୁବର୍ଣ୍ଣପୁର ସଦର ବ୍ଲକ ମୟୂର ଉଡାନ ଓ ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ହୋଇଥିବା ଉପ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର 2ଟି ବ୍ଲକର ଉପ ନିର୍ବାଚନ ଫଳାଫଳ ଘୋଷିତ
ସୁବର୍ଣ୍ଣପୁର 2ଟି ବ୍ଲକର ଉପ ନିର୍ବାଚନ ଫଳାଫଳ ଘୋଷିତ

By

Published : Dec 23, 2020, 6:38 PM IST

ସୁବର୍ଣ୍ଣପୁର: ଜିଲ୍ଲାର ସଦର ବ୍ଲକ ମୟୂର ଉଡାନ ଓ ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ହୋଇଥିବା ଉପ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ମୟୂର ଉଡାନରେ ସମିତି ସଭ୍ୟ ଓ ସିନ୍ଦୁରପୁରରେ ସରପଞ୍ଚ ପଦବୀ ପାଇଁ ଗତକାଲି (ମଙ୍ଗଳବାର) ଭୋଟ ଗ୍ରହଣ ହୋଇଥିଲା। ସମିତି ସଭ୍ୟ ପାଇଁ 2 ଜଣଙ୍କ ଭିତରେ ଲଢେଇ ହୋଇଥିବାବେଳେ ସରପଞ୍ଚ ପଦବୀ ପାଇଁ 4 ଜଣ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ।

ସୁବର୍ଣ୍ଣପୁର 2ଟି ବ୍ଲକର ଉପ ନିର୍ବାଚନ ଫଳାଫଳ ଘୋଷିତ

ସୂଚନାଥାଉକି, ମୟୂରଉଡାନ ପଞ୍ଚାୟତର ୧୨ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ପୂର୍ବରୁ ନିର୍ବାଚିତ ସମିତି ସଭ୍ୟଙ୍କ ମୃତ୍ୟୁ ଯୋଗୁଁ ଏଠି ଉପ ନିର୍ବାଚନ ହୋଇଥିବାବେଳେ ସିନ୍ଦୁରପୁର ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଅସିଦ୍ଧ ଘୋଷଣା ହୋଇଥିବାରୁ ଉପ ନିର୍ବାଚନ ହୋଇଥିଲା । ଆଜି(ବୁଧବାର) ବ୍ଲକ ଓ ବିନିକା ବ୍ଲକ ପରିସରରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯାଇଛି। ମଣୀନ୍ଦ୍ର ମେହେର 2339 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ରିଙ୍କୁ ଖମାରି ମାତ୍ର 564 ଖଣ୍ଡ ଭୋଟ ପାଇଛନ୍ତି । ତେଣୁ ମନୀନ୍ଦ୍ର ମେହେର 1775 ଖଣ୍ଡ ବ୍ୟବଧାନରେ ମୟୁର ଉଡାନର ସମିତି ସଭ୍ୟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି ।

ସେହିପରି ସିନ୍ଦୁରପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ଗୀତାଞ୍ଜଳି ମହାକୁର 2919 ଖଣ୍ଡ ଭୋଟ ପାଇଁ 2400 ଭୋଟ ବ୍ୟବଧାନରେ ନିକଟତମ ପ୍ରାର୍ଥିନୀ ମିନତୀ ମଲ୍ଲିକଙ୍କ ପାଖରୁ ବିଜୟୀ ହୋଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details