ଓଡିଶା

odisha

କୋରୋନା କଟକଣାରେ ସୁବର୍ଣ୍ଣପୁରରେ ଆରମ୍ଭ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା

By

Published : Oct 19, 2020, 11:39 AM IST

କୋରୋନା କଟକଣା ମଧ୍ୟରେ ସୁବର୍ଣ୍ଣପୁର ସହର ସମେତ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନବରାତ୍ର ଦୁର୍ଗାପୂଜା ଚାଲିଛି । ଅଧିକ ପଢନ୍ତୁ...

କୋରୋନା କଟକଣାରେ ସୁବର୍ଣ୍ଣପୁରରେ ପୂଜା ପାଉଛନ୍ତି ମା ଦୁର୍ଗା
କୋରୋନା କଟକଣାରେ ସୁବର୍ଣ୍ଣପୁରରେ ପୂଜା ପାଉଛନ୍ତି ମା ଦୁର୍ଗା

ସୁବର୍ଣ୍ଣପୁର: ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ଚାଲିଛି ଦୁର୍ଗା ପୂଜା । ସୁବର୍ଣ୍ଣପୁର ସହର ସମେତ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନବରାତ୍ର ଦୁର୍ଗାପୂଜା ଚାଲିଛି ।

କୋରୋନା କଟକଣାରେ ସୁବର୍ଣ୍ଣପୁରରେ ପୂଜା ପାଉଛନ୍ତି ମା ଦୁର୍ଗା

ସହର ଥନାପତି ପଡା ଦୁର୍ଗାପୂଜା କମଟି ତରଫରୁ ରୀତିନୀତି ଅନୁଯାୟୀ ପୂଜା ଆରାଧନା କରାଯାଉଛି। ଚଣ୍ଡିପାଠ, ହୋମ ସହିତ ପଣ୍ଡିତ ମାନଙ୍କ ମନ୍ତ୍ରପାଠ ହେଉଛି।

କୋରୋନା କଟକଣାରେ ସୁବର୍ଣ୍ଣପୁରରେ ପୂଜା ପାଉଛନ୍ତି ମା ଦୁର୍ଗା

ଏହି ସର୍ବ ପ୍ରାଚୀନ ନବରାତ୍ର ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆବଶ୍ୟକ ପ୍ରଶାସନିକ ଅନୁମତି ଅଣାଯାଇଛି।ପୂଜା ପାଇଁ କଡାକଡି ଭାବେ କୋଭିଡ ନିୟମ ପାଳନ କରାଯାଉଛି।

କୋରୋନା କଟକଣାରେ ସୁବର୍ଣ୍ଣପୁରରେ ପୂଜା ପାଉଛନ୍ତି ମା ଦୁର୍ଗା

ଏହି ନବରାତ୍ର ଦୂର୍ଗାପୂଜାର ବିଶେଷତ୍ବ ହେଲା ଯେ ପ୍ରତିଦିନ ମା ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି। ହେଲେ ଏଥର କୋଭିଡ କଟକଣା ଭିତରେ ପୂଜା ଆରାଧନା କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ସମାଗମକୁ ପୂଜା କମିଟି ପକ୍ଷରୁ ବାରଣ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details