ଓଡିଶା

odisha

ETV Bharat / state

ମୃତ ଛୁଆ ପାଇଁ ବାହୁନୁଛି ମା’ କକୁର, ଦେଖନ୍ତୁ

ସୁବର୍ଣ୍ଣପୁର ସହରର ନଳିନୀ ଛକରେ ଦେଖିବାକୁ ମିଳିଛି ମା’ ଆଉ ମମତାର ଏକ ହୃଦୟସ୍ପର୍ଶୀ ଦୃଶ୍ୟ। ବାହୁନି ବାହୁନି କାନ୍ଦୁଛି, କାଳେ ଛୁଆ ଉଠିପଡିବ ଆଉ ତାକୁ ଟିକେ ଗେଲ କରିବ । ସେହି ଆଶା ନେଇ ଛୁଆ ପାଖ ଛାଡୁନି ମା’ କୁକୁର । ଅଧିକ ପଢନ୍ତୁ

Mother Dog Crying for Child: ଶିଶୁର ପ୍ରାଣ ଫେରିପାଇବାକୁ ମା ଜଗିବସିଛି
Mother Dog Crying for Child: ଶିଶୁର ପ୍ରାଣ ଫେରିପାଇବାକୁ ମା ଜଗିବସିଛି

By

Published : Dec 31, 2021, 10:52 AM IST

Updated : Dec 31, 2021, 11:01 AM IST

ସୁବର୍ଣ୍ଣପୁର: ମା’ ଖୋଜୁଛି ଶିଶୁ ହୃଦୟର ସ୍ପନ୍ଦନ। ନୀରବରେ ଜଗି ରହିଛି ଶିଶୁକୁ । ସଂଜ୍ଞାହୀନ ଅବସ୍ଥାରେ ପଡିରହିଥିବା ଶିଶୁକୁ ଅନେକ ବାର ଉଠାଇବାକୁ ପ୍ରୟାସ କରି ବିଫଳ ହୋଇଛି । ହେଲେ ମା’ର ମନ ମାନୁନାହିଁ । ଆଖିରୁ ଅନବରତ ଲୁହ ଗଡି ଚାଲିଥିବା ବେଳେ ଅଖିଆ ଅପିଆ ଶିଶୁକୁ ଜଗି ରହିଛି । କାଳେ ଉଠିବ, ଉଠିଲେ ପୁଣି ଗେଲ କରିବ ଓ ସାଂଗରେ ଧରି ଯିବ ଖାଦ୍ୟ ଅନ୍ବେଷଣରେ । ହେଲେ ମା’ର ସବୁ ପ୍ରୟାସ ବିଫଳ ହେବା ପରେ ନୀରବରେ ଶିଶୁ ପାଖରେ ଶୋଇପଡିଛି । ଆମେ କହୁଥିବା ଦୃଶ୍ୟ ହେଉଛି ଜଣେ କୁକୁରର । ମା କୁକୁରର ଶିଶୁଟି କୌଣସି କାରଣରୁ ମରିପଡିଛି । ଉଠାଇବାର ପ୍ରୟାସ କରି ବିଫଳ ହୋଇ ଜଗି ରହିଛି ମା ।

Mother Dog Crying for Child: ଶିଶୁର ପ୍ରାଣ ଫେରିପାଇବାକୁ ମା ଜଗିବସିଛି

ଦୋକାନୀ ମା’ କୁକୁରକୁ ଘଉଡାଇବାର ଚେଷ୍ଟା କରିଥିଲେ । ହେଲେ ବାଘୁଣୀ ପରି ମା’ କୁକୁରଟି ହିଂସ୍ର ହେବାରୁ ମା’ କୁକୁରକୁ ଆଉ ଘଉଡାଇଲେ ନାହିଁ । ପ୍ରାୟ 24 ଘଣ୍ଟାରୁ ଅଧିକ ହେଲା ମା’ କୁକୁର ଏଇ ବାରଣ୍ଡାରେ ମଲା ଶିଶୁ କୁକୁରଟିକୁ ଜଗି ରହିଛି । ଅନାବିଳ ମାତୃତ୍ବ ମା’ କୁକୁରଟିକୁ ଶିଶୁ ସହିତ ବାନ୍ଧି ରଖିଛି । ଦୃଶ୍ୟଟି ଦେଖିବାକୁ ମିିଳିଛି ସୁବର୍ଣ୍ଣପୁର ସହରର ନଳିନୀ ଛକରେ । ସୁଇପରମାନଙ୍କ ଅନେକ ଚେଷ୍ଟା ପରେ ମା’ କୁକୁରଟିକୁ ଘଉଡାଇ ଶିଶୁ କୁକୁରର ମୃତ ଦେହକୁ ସଂସ୍କାର ପାଇଁ ନେବାରେ ସକ୍ଷମ ହେଲେ ପୌର ପରିଷଦ କର୍ମଚାରୀ ।

ତେବେ ଏକ ନିର୍ଦ୍ଦିଷ୍ଟ ସମୟ ଯାଏଁ ପ୍ରାଣୀମାନେ ନିଜ ସନ୍ତାନ ସନ୍ତତିଙ୍କ ସୁରକ୍ଷା କରିବାରେ ନିଜର ସବୁ ସାମର୍ଥ୍ୟ ଲଗାଇ ଦେଇଥାନ୍ତି । ପକ୍ଷୀ, ସରୀସୃପ ଓ କିଛି ପ୍ରାଣୀଙ୍କ କ୍ଷେତ୍ରରେ ନିଜ ଶିଶୁର ସୁରକ୍ଷା ଓ ଲାଳନ ପାଳନକୁ ପ୍ରାଥମିକତା ଦେଉଥିବା ଦେଖିବାକୁ ମିଳିଥାଏ । ଯାହା ଆଧୁନିକ ସମୟରେ ମଣିଷ ଭିତରୁ ଧିରେ ଧିରେ ବ୍ୟସ୍ତତା ଯୋଗୁଁ ହଜିଯାଉଥିବା ପ୍ରାଣୀ ବିଜ୍ଞାନୀ ଉମାକାନ୍ତ ନାଗ କହିଛନ୍ତି । ତେବେ ଶିଶୁର ସୁରକ୍ଷା ଓ ଲାଲନ ପାଳନ ଏପରି ପ୍ରାଣୀମାନଙ୍କ ପାଖରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରାଣୀ ବିଜ୍ଞାନୀ ମତ ରଖିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Dec 31, 2021, 11:01 AM IST

ABOUT THE AUTHOR

...view details