ସୁବର୍ଣ୍ଣପୁର: ଜିଲ୍ଲା ଭିତରକୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡି ଗୁଡିକୁ ଏବେ ସଂପୃକ୍ତ ବିଭାଗ ଅନୁମତି ପ୍ରଦାନ କରିବେ । ମାଛ,ଚିଙ୍ଗୁଡି ଓ ଚାଷରେ ବ୍ୟବହୃତ ଖାଦ୍ୟ ଆଦି ପରିବହନ କରୁଥିବା ଗାଡି ଗୁଡିକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅନୁମତି ପ୍ରଦାନ କରିବେ ବୋଲି ଜଣାପଡିଛି ।
ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ପ୍ରେସ ବିଜ୍ଞପ୍ତି ସେହିପରି ଅଣ୍ଡା ,ମାଂସ ଓ ଚିକେନ ସହିତ ଫାର୍ମ ଗୁଡିକରେ ବ୍ୟବହାର କରାଯାଉଥିବା ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଗୁଡିକ ପରିବହନ ପାଇଁ ଜିଲ୍ଲା ପଶୁ ସଂମ୍ପଦ ଅଧିକାରୀ ଅନୁମତି ପ୍ରଦାନ କରିବେ ।
ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ପ୍ରେସ ବିଜ୍ଞପ୍ତି ଏବେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଜିଲ୍ଲାରେ ଲକଡାଉନ ପାଳନ କରାଯାଉଥିବା ବେଳେ ସୁରକ୍ଷା କର୍ମୀଙ୍କୁ ଅନୁମତି ପତ୍ର ଦେଖାଇ ଗାଡି ଗୁଡିକ ଯାଆସ କରିବେ । ଏନେଇ ଶୁକ୍ରବାର ଜିଲ୍ଲାପାଳ ମନୀଷା ବାନାର୍ଜି ଏକ ପ୍ରେସ ବିଜ୍ଞପ୍ତିରେ ସରକାରୀ ଆଦେଶ କଡାକଡି କାର୍ଯ୍ୟକାରୀ କରିବା ପାଇଁ ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ