ଓଡିଶା

odisha

ETV Bharat / state

ଘରଘର ବୁଲି ଭତ୍ତା ବାଣ୍ଟିଲା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ - ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ

କୋରୋନା ପାଇଁ ବିଶ୍ବବ୍ୟାପୀ ଲକଡାଉନ ଘୋଷଣା ହେବା ପରେ ଲୋକଙ୍କୁ ସହାୟତାର ହାତ ବଢାଇଲେ ରାଜ୍ୟ ସରକାର । ଛୁଟି ଦିନରେ ବି ଘର ଘର ବୁଲି 4 ମାସର ଭତ୍ତା ପ୍ରଦାନ କଲେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

Distribution of allowances even on leave
ଛୁଟିରେ ବି ଭତ୍ତା ବଣ୍ଟନ

By

Published : Mar 28, 2020, 1:27 PM IST

ସୁବର୍ଣ୍ଣପୁର: କୋରୋନା ବିଶ୍ବବ୍ୟାପୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସହାୟତାର ହାତ ବଢାଇଛନ୍ତି ରାଜ୍ୟ ସରକାର । ଲକଡାଉନ ଘୋଷଣା ହେବା ପରେ ଲୋକମାନେ ବହୁତ ଅସୁବିଧାର ସମ୍ମଖୀନ ହେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଚାରି ମାସର ବିଭିନ୍ନ ଭତ୍ତା ବଣ୍ଟନ କରାଯାଉଛି । ପଞ୍ଚାୟତିରାଜ ବିଭାଗର କର୍ମଚାରୀମାନେ ଛୁଟି ଦିନରେ ବି ଘର ଘର ବୁଲି ମାର୍ଚ୍ଚ ,ଅପ୍ରେଲ, ମେ ଓ ଜୁନ ମାସର ଭତ୍ତା ପ୍ରଦାନ କରିବେ ।

ଛୁଟିରେ ବି ଭତ୍ତା ବଣ୍ଟନ

ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ପାଉଥିବା ଲୋକେ ଗ୍ରାମ ପଂଚାୟତକୁ ଯାଉ ନ ଥିବାରୁ ପ୍ରତିଟି ଗାଁର ଯେ କୌଣସି ନିର୍ଦ୍ଦିଷ୍ଟ ଯାଗାରେ ବସି ଭତ୍ତା ବଣ୍ଟନ କରାଯାଉଛି । ଯଦି କୌଣସି ଭଭା ପାଉଥିବା ହିତାଧିକାରୀ ଭତ୍ତା ନେଇ ଆସି ପାରୁ ନାହାନ୍ତି ତାଙ୍କୁ ତାଙ୍କ ଘରେ ଯାଇ ଭତ୍ତା ପ୍ରଦାନ କରିବାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଜିଲ୍ଲା ପ୍ରଶାସନ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details