ଓଡିଶା

odisha

ETV Bharat / state

ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି

ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି । ଏସପିଙ୍କ ନିକଟରେ ଫେରାଦ ହେଲେ ମୃତକଙ୍କ ପତ୍ନୀ । ଅଧିକ ପଢନ୍ତୁ.....

By

Published : May 12, 2020, 2:27 PM IST

Demands for arrest of accused in murder case of sesadav subarnapur
ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଗବାହାଳି ଗାଁର ଶେଷଦେବ ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ମୃତକର ପତ୍ନୀ ଗୁରୁବାରୀ ରାଉତ ନିଜ ପୁଅ ଝିଅ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଅଭିଯୁକ୍ତକୁ ଗିରଫ ପାଇଁ ଦାବି କରିଛନ୍ତି । ଗତ ଅପ୍ରେଲ 19 ତାରିଖ ସନ୍ଧ୍ୟା 8 ସମୟରେ ବଞ୍ଜିପାଲି ଗାଁର ସଦାନନ୍ଦ ଭୋଇ ଶେଷଦେବକୁ ଭୋଜି କରିବା ପାଇଁ ଡାକି ନେଇଥିଲେ। ହେଲେ ଶେଷଦେବ ଭୋଜିକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ତା ପରଦିନ ସକାଳୁ ଶେଷଦେବଙ୍କ ମୃତଦେହ କୋଉଡ଼ିଆମୁଣ୍ଡା କେନାଲ କଡରୁ ଉଦ୍ଧାର ହୋଇଥିଲା । ମୃତକର ଦେହରେ ଅନେକ ସ୍ଥାନର କ୍ଷତ ଚିହ୍ନ ଥିବା ବେଳେ ତାଙ୍କର ମୋବାଇଲ ଓ ବାଇକ ଘଟଣାସ୍ଥଳରୁ ଜବତ କରାଯାଇଥିଲା ।

ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି

ଶେଷଦେବକୁ ସଦାନନ୍ଦ ଓ ତାର ସାଙ୍ଗମାନେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇ ଥିଲେ ହେଁ ଅଭିଯୁକ୍ତ ମାନଙ୍କୁ ଏଯାଏଁ ପୋଲିସ ଗିରଫ କରିନାହିଁ । ତେବେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଗୁରୁବାରୀ ଏସପିଙ୍କ ପାଖରେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

For All Latest Updates

TAGGED:

murder case

ABOUT THE AUTHOR

...view details