ଓଡିଶା

odisha

ETV Bharat / state

ବିସ୍ଥାପିତଙ୍କ କ୍ଷତିପୂରଣ ଦାବିରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ - ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦାବି

ସୁବର୍ଣ୍ଣପୁର ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦାବିରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 21, 2019, 7:49 AM IST

ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦାବି । ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲାପାଳ ମନୀଷ ବାନାର୍ଜୀଙ୍କ ପୌରହିତ୍ୟରେ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକରେ ବିସ୍ଥାପିତମାନଙ୍କ କ୍ଷତିପୂରଣ ପାଇଁ ବିଶୋଦ ଆଲୋଚନା କରିଥିଲେ । ରାଜ୍ୟ ଉଚ୍ଚ ନ୍ୟାୟାଳୟର ଆଦେଶନୁଯାୟୀ ପୁନର୍ବାର 305 ଜଣ ବିସ୍ଥାପିତଙ୍କ କ୍ଷତିପୂରଣର ପୁନଃ ବିଚାର ପାଇଁ ଆଲୋଚନା କରାଯାଇଥିଲା । ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ଭିତରୁ କିଛି ବିସ୍ଥାପିତ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚ ନ୍ୟାୟାଳୟ ଉଚ୍ଚ ସ୍ତରୀୟ ବୈଠକ କରି ବିସ୍ଥାପିତଙ୍କ ଦାବିର ବିଚାର କରି ଜଳସଂପଦ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ରାଜସ୍ବ କମିଶନର ଟି ଆପାଙ୍ଗ ଆୱା ,ବୀରମହାରାଜପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ,ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା ସିଂଦେଓ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଥିଲେ । ସେହିପରି ଉଭୟ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଓ ବୀରମହାରାଜପୁର ଉପଖଣ୍ଡର ରାଜସ୍ବ ଅଧିକାରୀମାନଙ୍କ ସହିତ ବିସ୍ଥାପିତ ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ 6 ଜଣ ବିସ୍ଥାପିତଙ୍କୁ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ବୋଲି ବିଚାର କରାଯାଇଥିଲା । 1997 ମସିହାରେ ପ୍ରଚଳିତ ଥଇଥାନ ନୀତି ଅନୁଯାୟୀ ବିସ୍ଥାପିତଙ୍କ ଦାବି ବିଚାର କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।

ପ୍ରକାଶଥାଉ କି , ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳ ସହିତ ବୀରମହାରାଜପୁର ଉପଖଣ୍ଡର ଗାଁ ଗୁଡିକରୁ ଲୋକେ ବିସ୍ଥାପିତ ହୋଇଥିଲେ । ଏବେ ବି କିଛି ବିସ୍ଥାପିତ କ୍ଷତିପୂରଣ ପାଇ ନ ଥିବା ବେଳେ କିଛି ବିସ୍ଥାପିତ ନୂତନ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details