ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ହାତୀପଲ ଘରଦ୍ୱାର ଭାଙ୍ଗିବା ସହ ଚାଷୀଙ୍କ ଫସଲ ନଷ୍ଟକରି ଦେଉଛନ୍ତି ।
ଉଲୁଣ୍ଡା ବନାଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଛନ୍ତି ଫସଲ ଗତକାଲି ରାତିରେ ଉଲୁଣ୍ଡା ବ୍ଲକର ପିପଲକଟା, ମେଘନାଦ, ଢେଲେଇ, ଦୀପପାଲି ଆଦି ଅଞ୍ଚଳରେ ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି । ଏ ଦୃଶ୍ୟ ପିପଲକଟା ଗାଁର ରାମ ପଧାନ, ଜିତୁ ବାରିକ, ଘନଶ୍ୟାମ ପଧାନ ଆଦିଙ୍କ ପ୍ରାୟ ୨୦ ଏକର ଚାଷ ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି ।
ଏହି ହାତୀପଲରେ ପାଖାପାଖି ୩୦ ଟି ହାତୀଥିବା ଲୋକ କହୁଛନ୍ତି । ହାତୀ ପଲ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରିଦେଉଥିବା ଅଭିଯୋଗ ହୋଇଛି । ବନ ଜିଭାଗ ପକ୍ଷରୁ ମଧ୍ୟ ହାତୀ ଘଉଡାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉ ନଥିବାରୁ ବାରମ୍ବାର ଚାଷୀମାନେ କ୍ଷତି ସହୁଛନ୍ତି । ଫଳରେ ଏବେ ମଞ୍ଚା କରି ହାତି ଜଗିବାକୁ ପ୍ରସ୍ତୁତ ହେଲେଣି ଚାଷୀ । ତେବେ ଯଥା ଶୀଘ୍ର କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ