ଓଡିଶା

odisha

ETV Bharat / state

ରନ୍ଧା ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ ସଂଗଠନ

ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢି ବଢି ଚାଲିଛି । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହି ସମୟରେ ଅସହାୟ, ନିରାଶ୍ରୟ ଲୋକେ ଭୋକ ଉପାସରେ ରହୁଥିବା ବେଳେ କିଛି ସ୍ବେଚ୍ଛାସେବୀ ସଂଗଠନ ଏମାନଙ୍କ ଖାଇବା, ପିଇବା ପାଇଁ ଅନେକ ବ୍ୟବସ୍ଥା କରୁଛନ୍ତି । ଅଧିକ ପଢନ୍ତୁ...

By

Published : May 16, 2021, 10:49 PM IST

corona-fight-young-volunteers-share-food-to-the-needy
ରନ୍ଧା ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ ସଂଗଠନ

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢି ବଢି ଚାଲିଛି । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ରନ୍ଧା ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ ସଂଗଠନ

ତେବେ ଲକଡାଉନ, ସଟଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଛି । ଏହି ସମୟରେ ଅସହାୟ, ନିରାଶ୍ରୟ ଲୋକେ ଭୋକ ଉପାସରେ ରହୁଥିବାବେଳେ କିଛି ସ୍ବେଚ୍ଛାସେବୀ ସଂଗଠନ ଏମାନଙ୍କ ଖାଇବା, ପିଇବା ପାଇଁ ଅନେକ ବ୍ୟବସ୍ଥା କରୁଛନ୍ତି ।

ଏହିପରି ସହରର ବୁଢ଼ାରଜା ଯୁବ ସମାଜସେବୀ ସଂଗଠନ ଅବହେଳିତ, ନିରାଶ୍ରୟ, ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରୁଛନ୍ତି । ଏପରିକି ସହରର ଉପକଣ୍ଠରେ ଥିବା କୁଷ୍ଠା ଶ୍ରମର ଅନ୍ତେବାସୀମାନଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ।

ଜରୁରୀ କାର୍ଯ୍ୟରେ ପ୍ରଚଣ୍ଡ ଖରାରେ ଯାଉଥିବା ବାଟୋଇ, ସୁରକ୍ଷା କର୍ମଚାରୀ,ଗାଡି ମୋଟର ଚାଳକ ଆଦିଙ୍କୁ ବି ରନ୍ଧା ଖାଦ୍ୟ, ଥଣ୍ଡା ପାଣି, ଘୋଳ ଦହି ଆଦି ବଣ୍ଟନ କରୁଛନ୍ତି । ଏହି ଯୁବ ସଂଗଠନର ଏପରି କାର୍ଯ୍ୟ ଦେଖି ଅନେକ ବଦାନ୍ୟ ବ୍ୟକ୍ତି କିଛି ପରିମାଣରେ ଆର୍ଥିକ ସହାୟତା ଯୋଗାଇ ଦେଉଥିବାବେଳେ ସ୍ବେଚ୍ଛାସେବୀମାନେ ନିଜସ୍ଵ ପକେଟରୁ ଖର୍ଚ୍ଚ କରୁଛନ୍ତି । ତେବେ ବୁଢ଼ାରାଜା ଯୁବ ସମାଜସେବୀ ସଂଗଠନର ଏହି ଉଦ୍ୟମକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details