ଓଡିଶା

odisha

ETV Bharat / state

ପୋଲିସ ଜୁଲମ ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଘେରାଉ - କଂଗ୍ରେସର ଏସପି ଅଫିସ ଘେରାଉ ଖବର

ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଏସପି ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ (congress)। ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା(congress protest infront of sp office) ସହିତ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

ପୋଲିସ ଜୁଲମ ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଘେରାଉ
ପୋଲିସ ଜୁଲମ ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଘେରାଉ

By

Published : Dec 14, 2021, 1:59 PM IST

ସୁବର୍ଣ୍ଣପୁର: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଏସପି ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ପୋଲିସ ଜୁଲମ ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଘେରାଉ

ଗତ 10 ତାରିଖରେ ରାଜଧାନୀରେ ଛାତ୍ର କଂଗ୍ରେସର ଶାନ୍ତି ପୂର୍ଣ୍ଣ ଆନ୍ଦୋଳନରେ କମିଶନରେଟ ପୋଲିସ ଲାଠି ଚାର୍ଜ କରିବା ସହିତ ଅମାନୁଷିକ ଭାବେ ଅତ୍ୟାଚାର କରିଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ଏହି ଆନ୍ଦୋଳନ କରିଛନ୍ତି । ଏହାଛଡା ମମିତା ମେହରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ ଶୋଭାଯାତ୍ରା ବେଳେ ପୋଲିସ ବର୍ବରୋଚିତ ଭାବେ ଲାଠି ଚାର୍ଜ କରି ଛାତ୍ର କଂଗ୍ରେସ ଉପରେ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଦରକାର ପଡିଲେ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବ ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ବିନୋଦ ପାତ୍ର ।

ଏହି ଘଟଣାରେ ଲାଠି ଚାର୍ଜ ଆଦେଶ ଦେଇଥିବା ଦୁଇ ପୋଲିସ ଅଧିକାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଦଳ । ପ୍ରକାଶ ଥାଉ କି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ କରିଛି କଂଗ୍ରେସ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details