ସୁବର୍ଣ୍ଣପୁର: ରାଜ୍ୟରେ କୋରୋନା କାଳରେ ତୈଳଦର ସହିତ ବିଦ୍ୟୁତ ଦର ମଧ୍ୟ ବୃଦ୍ଧି ହୋଇଛି । ତେବେ ଏହାକୁ ବିରୋଧ କରି ଜିଲ୍ଲାରେ କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହାସହିତ ବିଦ୍ୟୁତ ଦର ହ୍ରାସ କରିବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିର ପ୍ରତିବାଦ କରି କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଧାରଣାରେ ବସିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ କଂଗ୍ରେସ କର୍ମୀମାନେ ବିଭିନ୍ନ ନାରାବାଜି କରିବା ସହିତ ବର୍ଦ୍ଧିତ ବିଦ୍ୟୁତ ଦରକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଜିଲ୍ଲାରେ ଥିବା ଛୋଟ ବଡ କୃଷି ଶିଳ୍ପ, ଉଠା ଜଳସେଚନ ସହିତ ଗରୀବ ହିତାଧିକାରୀଙ୍କ ପାଇଁ ମଧ୍ୟ ରିହାତି ବିଦ୍ୟୁତ ଦାବି କରିଛନ୍ତି ।