ଓଡିଶା

odisha

ETV Bharat / state

କାର ବାଇକ ଧକ୍କା: ଦୁର୍ଘଟଣା ଘଟାଇ କାର ଡ୍ରାଇଭର ଫେରାର, ବାଇକ ଚାଳକ ମୃତ - ସୁବର୍ଣ୍ଣପୁର କାର ବାଇକ ଧକ୍କା ଜଣେ ମୃତ

ବେପରୁଆ ଗାଡ଼ି ଚାଳନ ଓ ଅସାବଧାନତା ପାଇଁ ଅକାଳରେ ବଳି ପଡ଼ିଯାଉଛି ନିରୀହ ଜୀବନ । ସୁବର୍ଣ୍ଣପୁର ସହରର ମହାନଦୀ ନିକଟସ୍ଥ ରିଙ୍ଗ ରୋଡ଼ରେ ଏହି ଅଭାବନୀୟ ଦୁର୍ଘଟଣା ହୋଇଛି । ରାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

କାର ବାଇକ ଧକ୍କା
କାର ବାଇକ ଧକ୍କା

By ETV Bharat Odisha Team

Published : Dec 4, 2023, 10:05 PM IST

କାର ବାଇକ ଧକ୍କା

ସୁବର୍ଣ୍ଣପୁର: ଦିନକୁ ଦିନ ବଢ଼ି ଚାଲିଛି ଦୁର୍ଘଟଣା ହାର । ବେପରୁଆ ଗାଡ଼ି ଚାଳନ ଓ ଅସାବଧାନତା ପାଇଁ ଅକାଳରେ ବଳି ପଡ଼ିଯାଉଛି ନିରୀହ ଜୀବନ । ତେବେ ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ପାଲଟିଥିବା ବେଳେ ଏବେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଯେଉଁଠି ଏକା ରାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣା ଘଟାଇ ଥିବା କାର ଡ୍ରାଇଭର ଜଣଙ୍କ ଚମ୍ପଟ ମାରିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ଆଜି ସନ୍ଧ୍ୟାରେ ଏକ କାର ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ବାଇକ ଆରୋହୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ସହରର ମହାନଦୀ ନିକଟସ୍ଥ ରିଙ୍ଗ ରୋଡ଼ରେ ଏହି ଅଭାବନୀୟ ଦୁର୍ଘଟଣା ହୋଇଛି । ମୃତକ ଜଣକ ସହରର ନୂଆ ମାଳିପଡ଼ାର ସନ୍ତୋଷ ଗୁରୁ ବୋଲି ଜଣାପଡିଛି । ସନ୍ତୋଷ ରିଙ୍ଗରୋଡ଼ରେ ନିଜ ବାଇକରେ ମହାନଦୀ ମୁଖ୍ୟ ରାସ୍ତାକୁ ଆସୁଥିଲେ । ବାଇକରେ ଆସୁଥିବା ସମୟରେ ସାମ୍ନା ପଟରୁ ଆସୁଥିବା ଏକ କାର ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । କାରଟି ବାଇକକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ତଳକୁ ଖସି ପଡ଼ିଥିଲା । ସେପଟେ ଦୁର୍ଘଟଣା ଘଟାଇ କାର ଡ୍ରାଇଭର ଘଟାଣାସ୍ଥଳରୁ ଫେରାର ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା, ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ 2 ମୃତ

ଏହା ମଧ୍ୟ ପଢ଼ନ୍ତୁ.....ଟ୍ରକକୁ ଧକ୍କା ଦେଲା ହାଇୱା, ଦୁର୍ଘଟଣାରେ ଆସାମ ଯୁବକ ମୃତ

ତେବେ ଗୁରୁତର ଅବସ୍ଥାରେ ବାଇକ ଆରୋହୀ ସନ୍ତୋଷଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସନ୍ତୋଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ଘଟାଇ କାର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରିଛି । ପୋଲିସ ମୃତଦେହକୁ ଜବତ କରିଥିବା ବେଳେ କାର ମାଲିକ ଓ ଡ୍ରାଇଭର ସମ୍ପର୍କରେ ଅନୁସନ୍ଧାନ କରିବା ଆରମ୍ଭ କରିଛି । ମୃତକ ସନ୍ତୋଷ ସହରରେ ଜଣେ ଭଦ୍ର ଓ ଅମାୟିକ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ସେ ଜଣେ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିବାରୁ ତାଙ୍କ ବିୟୋଗରେ ମାଳୀପଡାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details