ଓଡିଶା

odisha

By

Published : Dec 27, 2020, 9:48 AM IST

ETV Bharat / state

ହାଡଭଙ୍ଗା ଶୀତରେ ଥରୁଛି ସୁବର୍ଣ୍ଣପୁର

ଶୀତର ପ୍ରକୋପରେ କମ୍ପୁଛି ସୁବର୍ଣ୍ଣପୁର ଜିଲ୍ଲା । ଦିନ 11ଟା ପୂର୍ବରୁ ଘରୁ ବାହିରିବା ମୁସକିଲ ହୋଇପଡୁଛି । ଅଧିକ ପଢନ୍ତୁ...

ଶୀତରେ ଥରୁଛି ସୁବର୍ଣ୍ଣପୁର
ଶୀତରେ ଥରୁଛି ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ମାଡି ଚାଲିଛି ଶୀତର ଲହରୀ । ସୁବର୍ଣ୍ଣପୁର ଜିଲ୍ଲାରେ ଶୀତର ପ୍ରକୋପ ଜାରି । ସକାଳ 11ଟା ନ ହେଲେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଅଭିବାଦନ ଜଣେଇବା ପରେ ଲୋକଙ୍କ ପାଟିରୁ ବାହାରି ଆସୁଛି ଓଃହ କି ଶୀତ। ସକାଳେ ଜିଲ୍ଲା ସାରା ଘନ କୁହୁଡି ଦେଖିବାକୁ ମିଳୁଛି।

ଶୀତର ପ୍ରକୋପରେ କମ୍ପୁଛି ସୁବର୍ଣ୍ଣପୁର ଜିଲ୍ଲା

ସକାଳ ପ୍ରାୟ 9ଟା ଯାଏଁ ମୁହଁକୁ ମୁହଁ ଦିଶୁନାହିଁ । ଗତକାଲି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 9 ଡିଗ୍ରୀ ସେଲସିୟସ ଥିବା ବେଳେ ଶୁକ୍ରବାର ଦିନ 9.2 ଡିଗ୍ରୀ ସେଲସିୟସ ରହିଥିଲା। ଗତ କିଛି ଦିନ ହେବ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା। ତେବେ ପ୍ରଚଣ୍ଡ ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକେଇଛି।

ଶୀତ ପାଇଁ ଲୋକେ ଆଉ କାମକୁ ଯାଇ ପାରୁ ନାହାଁନ୍ତି। ଶରୀରକୁ ଶୀତ ଦାଉରୁ ରକ୍ଷା କରିବାକୁ ଗାଁରୁ ସହର ଯାଏଁ ଲୋକେ ନିଆଁର ଆଶ୍ରୟ ନେଉଛନ୍ତି। ଉଭୟ ସକାଳ ସଂଦ୍ଧ୍ୟାରେ ନିଆଁ ଜାଲି ଲୋକେ ଦେହକୁ ଉଷୁମ ରଖୁଛନ୍ତି। ତେବେ ଗତ କିଛିଦିନ ହେଲା ଲଗାଦାର ଭାବେ ପାରଦ ତଳକୁ ଖସିଛି। ଲୋକେ ବି ଶୀତ ପାଇଁ ଏବେ ଆଉ ଶିଘ୍ର ବିଛଣା ଛାଡୁ ନାହାନ୍ତି।

ପ୍ରତିଦିନ ସ୍ବାସ୍ଥ୍ୟ ସଚେତନ ଲୋକେ ସକାଳ ବ୍ୟାୟାମ ପାଇଁ ଘରୁ ବାହାରି ପାର୍କକୁ ଯାଉଥିବା ଦେଖିବାକୁ ମିଳୁଥିଲା। ହେଲେ ଶୀତର ପ୍ରକୋପରେ ଲୋକେ ପ୍ରାୟ ଭୁଲି ଯାଉଛନ୍ତି ସକାଳ ବ୍ୟାୟାମ । ତେବେ ଆଗକୁ ଶୀତ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details