ଓଡିଶା

odisha

ETV Bharat / state

ପାତାଳୀ ଶ୍ରୀକ୍ଷେତ୍ର: କଳକୀ ବେଶରେ ଦର୍ଶନ ଦେଲେ ମହାବାହୁ - rathayatra

ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଶ୍ରଦ୍ଧାଳୁଙ୍କୁ କଳକୀ ଅବତାରରେ ଦେଇଛନ୍ତି । ଶୁକ୍ରବାର ପ୍ରଭୁ ଜଗନ୍ନାଥ ବଡଦେଉଳକୁ ପ୍ରତ୍ୟାବର୍ତ୍ତନ ପାଇଁ ବାହୁଡା ଯାତ୍ରାରେ ବାହାରିବେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 11, 2019, 11:44 PM IST

ସୁବର୍ଣ୍ଣପୁର: ଜିଲ୍ଲାର ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବେନିଭାଇ ଆଜି (ଗୁରୁବାର) କଳକୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। । ଏହି ବେଶ ଦର୍ଶନ ପାଇଁ ସନ୍ଧ୍ୟାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥିଲା । ଅଗୁର, ଚନ୍ଦନ, କର୍ପୁର, ଧୂପ, ଦୀପ, ବିଭିନ୍ନ ପ୍ରକାରର ପୁଷ୍ପ ଓ ନୈବେଦ୍ୟରେ ମହକି ଉଠୁଥିଲା ଶ୍ରୀଗୁଣ୍ଡିଚା ମନ୍ଦିର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଶ୍ରୀ ନୃସିଂହ ଦେବଙ୍କ ସହିତ ଦୁଇ ଠାକୁର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରିବା ସହିତ ବିଭୁକୃପା ପାଇବାକୁ ସଂଧ୍ୟାରୁ ଭକ୍ତମାନଙ୍କର ଲମ୍ବାଧାଡି ଲାଗିଥିଲା । ଗୁରୁବାର ଅପରାହ୍ନରୁ ଏପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ବେଶ ଦର୍ଶନ କରିବାର ସୌଭାଗ୍ୟ ଲାଭ କରୁଛନ୍ତି । ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଗର୍ଭଗୃହରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଶୁକ୍ରବାର ପ୍ରଭୁ ଜଗନ୍ନାଥ ବଡଦେଉଳକୁ ପ୍ରତ୍ୟାବର୍ତ୍ତନ ପାଇଁ ବାହୁଡା ଯାତ୍ରାରେ ବାହାରିବେ । ବାହୁଡା ପାଇଁ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ବେନି ଭାଇଙ୍କ କଳକୀ ବେଶ ଦର୍ଶନ ପାଇଁ ହଜାର ହଜ଼ାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଆସନ୍ତାକାଲି(ଶୁକ୍ରବାର) ତିନି ବିଗ୍ରହଙ୍କ ପହଣ୍ଡି କାର୍ଯ୍ୟ କେବଳ ସମ୍ପନ୍ନ ହେବାପରେ ଶନିବାର ଓ ରବିବାର ରଥ ଟଣା କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details