ସୁବର୍ଣ୍ଣପୁର: ସହରର ଶ୍ରୀଗୁଣ୍ଡିଚା ରଥଯାତ୍ରା କମିଟି ପକ୍ଷରୁ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି । କମିଟିର ବରିଷ୍ଠ ସଭ୍ୟ ମିଳନ ମିଶ୍ର ଓ ଗଙ୍ଗାଧର ତରିଆଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀମାନେ ଅନ୍ତେବାସୀଙ୍କୁ ସକାଳ ଜଳଖିଆ ପ୍ରଦାନ କରିଛନ୍ତି ।
ଲକ ଡାଉନ ଯୋଗୁଁ ଏବେ ସହରର ଆହାର କେନ୍ଦ୍ର ପକ୍ଷରୁ ଦୁଇବେଳା ରନ୍ଧାଖାଦ୍ୟ ଦିଆଯାଉଛି । କିନ୍ତୁ ଜଳଖିଆ ଦେବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ସ୍ବେଚ୍ଛାସେବୀମାନେ ସକାଳୁ ସେମାନଙ୍କ ପାଇଁ ପୁରୀ, ତରକାରୀ, କ୍ଷୀର ଓ ବିସ୍କୁଟ ଖାଇବାକୁ ଦେଇଥିଲେ।