ସୁବର୍ଣ୍ଣପୁର:ବୀରମହରାଜପୁର ବ୍ଲକ କାର୍ଯ୍ୟାଳୟର କିରାଣିମାନେ ଉଫୁଲା ସରପଞ୍ଚଙ୍କ ସ୍ବାମୀଙ୍କ ନାଁରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉଫୁଲା ସରପଞ୍ଚଙ୍କ ସ୍ବାମୀ ପ୍ରିୟବ୍ରତ ସାହୁ ଉଫୁଲା ଜିଆରଏସ ନାରାୟଣ ମଲ୍ଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ତେବେ ଆଜି ଜିଲ୍ଲାପାଳ ମନୀଷା ବାନାର୍ଜୀ ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ଜିଲ୍ଲାପାଳ ଘଟଣା ଶୁଣି ବୀରମହରାଜପୁର ଆଇଆଇସି ପ୍ରଭା ଧନଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।