ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କୋଭିଡ ଟୀକାକରଣ କେନ୍ଦ୍ରରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ବ୍ୟବସ୍ଥା ଉପରେ ପ୍ରଶ୍ନ କରି ଦୃଢ଼ ପ୍ରତିବାଦ କରିଛନ୍ତି । ବିଜେପିର ବରିଷ୍ଠ ନେତା ଅଶୋକ ପୂଜାରୀଙ୍କ ନେତୃତ୍ବରେ ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତା ମାନେ ଟୀକାକରଣରେ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ।
ଟୀକାକରଣ କେନ୍ଦ୍ରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିରକୁଟି ଅବା ଟୀକାକରଣ ସ୍ଲିପ ଦେଉଥିବାରୁ ବିଜେପି କାର୍ଯ୍ୟକର୍ତ୍ତା ଏହାର ପ୍ରତିବାଦ କରି ଟୀକା ପ୍ରଦାନ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଏହାର ପ୍ରତିବାଦ ଜଣାଇଛନ୍ତି ।