ଓଡିଶା

odisha

By

Published : Jul 28, 2021, 5:21 PM IST

ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ CDMO କାର୍ଯ୍ୟାଳୟ ଘେରିଲା BJP

ପଶ୍ଚିମ ଓଡିଶା ତଥା ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି । ସମସ୍ୟାର ସମାଧାନ ଦିଗରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ଦଳ । ଅଧିକ ପଢନ୍ତୁ...

ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ CDMO କାର୍ଯ୍ୟାଳୟ ଘେରିଲା BJP
ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ CDMO କାର୍ଯ୍ୟାଳୟ ଘେରିଲା BJP

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟବସ୍ଥା ତଥା ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ଡାକ୍ତରଖାନାର ସମସ୍ୟାକୁ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ସିଡିଏମଓ ଅଫିସ୍ ଆଗରେ ଧାରଣା ଦିଆଯାଇଛି । ବିଶେଷକରି,ସମଗ୍ର ପଶ୍ଚିମ ଓଡିଶା ସହ ଜିଲ୍ଲାର ଡାକ୍ତରଖାନାଗୁଡିକରେ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା , ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ସହ କେନ୍ଦ୍ରୀୟ ଅନୁଦାନର ହେରଫେରକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।

ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ CDMO କାର୍ଯ୍ୟାଳୟ ଘେରିଲା BJP

ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ବିଜେପିର ବରିଷ୍ଠ ନେତା ଅଶୋକ ପୂଜାରୀ, ନଳିନୀ ପଣ୍ଡା, ଜଗତ ଜ୍ୟୋତି ତ୍ରିପାଠୀ ପ୍ରମୁଖଙ୍କ ସହ ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର କର୍ମୀମାନେ ଧାରଣାରେ ସାମିଲ ହୋଇଥିଲେ । ଏହି ଅବସରରେ ସମସ୍ୟାର ସୁଧାର ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସିଡିଏମଓ ଡା.ଦିଲ୍ଲୀପ ପଣ୍ଡାଙ୍କୁ ପ୍ରଦାନ କରିଛି ଦଳ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details