ଓଡିଶା

odisha

ETV Bharat / state

ବିଏମପୁରରେ ପ୍ରତିଶୃତି ବର୍ଷା, ପଥ ପ୍ରାନ୍ତ ସଭାରେ ବିକାଶର ଗାଥା

ନିର୍ବାଚନ ପୂର୍ବରୁ ଜୋର ଧରିଛି ଦଳୀୟ ପ୍ରଚାର । ପ୍ରାର୍ଥୀମାନେ ଗାଁ ଗାଁ ଓ ଘର ଘର ବୁଲି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରଚାର ମଧ୍ୟ ଧୁମ ହେଉଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

By

Published : Apr 3, 2019, 12:06 AM IST

Updated : Apr 3, 2019, 12:12 AM IST

ସୁବର୍ଣ୍ଣପୁର: ନିର୍ବାଚନ ପୂର୍ବରୁ ଜୋର ଧରିଛି ଦଳୀୟ ପ୍ରଚାର । ପ୍ରାର୍ଥୀମାନେ ଗାଁ ଗାଁ ଓ ଘର ଘର ବୁଲି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରଚାର ମଧ୍ୟ ଧୁମ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମଙ୍ଗଳବାର ବିଜେପି ପକ୍ଷରୁ ସୁବଳୟା ଅଞ୍ଚଳରେ ବିଜେପି ବିଧାନସଭା ପ୍ରାର୍ଥୀ ରଘୁନାଥ ଜଗଦଲା ଭୋଟ ପ୍ରଚାର କରିଛନ୍ତି । ସୁବଳୟା ଗାଁରେ ପଥ ପ୍ରାନ୍ତ ସଭା କରିବା ସହିତ ଭୋଟରମାନଙ୍କ ପାଖରେ ସ୍ଥାନୀୟ ସମସ୍ୟା ଉତ୍ଥାପନ କରିଛନ୍ତି । ଏହାସହ ବିଜୟୀ ହେଲେ ସବୁ ସମସ୍ୟାର ସମାଧାନ କରିବେ ବୋଲି ଦେଇଛନ୍ତି ଗଦାଗଦା ପ୍ରତିଶୃତି ।

ବିଶେଷକରି କୃଷି ଓ କୃଷକର ଉନ୍ନତି ପାଇଁ ଭୋଟରଙ୍କୁ ପ୍ରତିଶୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜଳସେଚ ଯୋଜନାର ଅଧିନରେ 70 ପ୍ରତିଶତ ଚାଷଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚିତ କରିବା ସହିତ କୃଷି ଉତ୍ପାଦନର ଉଚିତ ମୂଲ୍ୟ ପ୍ରଦାନ ପାଇଁ କଥା ଦେଇଛନ୍ତି ।ସେହିପରି ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଭୋଟରଙ୍କୁ କହିଛନ୍ତି ।

ଏହି ପ୍ରଚାର ଅଭିଯାନରେ ଜିଲ୍ଲା ପରିଷଦ ସଦସ୍ୟ ଗାୟତ୍ରୀ ପାଣିଗ୍ରାହୀ ,ବରିଷ୍ଠ ବିଜେପି ନେତା କିଶୋର ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଏମାନଙ୍କ ସହ ପଥପ୍ରାନ୍ତ ସଭାଗୁଡିକରେ ସାଂସଦ ପ୍ରାର୍ଥୀନୀ ସଂଗୀତା ସିଂ ଦେଓ ଓ ବିଧାନ ସଭା ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 3, 2019, 12:12 AM IST

ABOUT THE AUTHOR

...view details