ଓଡିଶା

odisha

By

Published : Sep 22, 2020, 1:18 PM IST

ETV Bharat / state

ସୁବର୍ଣ୍ଣପୁରରେ ବିଜେପି ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ

ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବିଭନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଯାହାକୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି । ସମ୍ପୂର୍ଣ୍ଣ ପଢନ୍ତୁ...

ସୁବର୍ଣ୍ଣପୁରରେ ବିଜେପି ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ
ସୁବର୍ଣ୍ଣପୁରରେ ବିଜେପି ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ

ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ନଗର ମଣ୍ଡଳ ପକ୍ଷରୁ ସେବା ସପ୍ତାହ ପାଳିତ ହୋଇଯାଇଛି । ସହରର ବିଭନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଏଥିରେ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଛନ୍ତି।

ସୁବର୍ଣ୍ଣପୁରରେ ବିଜେପି ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70 ତମ ଜନ୍ମ ଦିବସ ପାଳନ ଅବସରରେ ସହରର ପର୍ଯ୍ୟଟନ ପୀଠ ଗୁଡିକରେ ପ୍ରାୟ 50 ରୁ ଅଧିକ କାର୍ଯ୍ୟକର୍ତ୍ତା ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସହରର ପ୍ରାଚୀନ ରାମେଶ୍ୱର ପୀଠ, ବସଷ୍ଟାଣ୍ଡ ନିକଟସ୍ଥ ପଞ୍ଚରଥ ମନ୍ଦିର ପରିସର ସମେତ ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ୱରୀଙ୍କ ପୀଠକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି ।

କାର୍ଯ୍ୟକର୍ତ୍ତା ମାନେ ଝାଡୁ ଓ ବେଲଚା ଆଦି ନେଇ ଦେବୀଙ୍କ ମନ୍ଦିର ପରିସରକୁ ସଫା କରିଛନ୍ତି। ତେବେ ବଜେପି କାର୍ଯ୍ୟକର୍ତ୍ତାଙ୍କ ଏହି ସଫେଇ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁ ମାନେ ପ୍ରଶଂସା କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details