ଓଡିଶା

odisha

ଚାଷୀଙ୍କ ପାଇଁ ଆଶୀର୍ବାଦ ସାଜିଛି ‘ବିଜେପୁର ଚେକଡ୍ୟାମ’

ଚାଷୀଙ୍କ ପାଇଁ ଆଶୀର୍ବାଦ ହୋଇଛି ବିଜେପୁର ଚେକଡ୍ୟାମ । ଶୀତ ଦିନ ସହ ଖରା ଦିନରେ ବି ଚେକଡ୍ୟାମରେ ରହୁଛି ପାଣି । ଅଧିକ ପଢନ୍ତୁ...

By

Published : Jun 23, 2021, 10:30 AM IST

Published : Jun 23, 2021, 10:30 AM IST

bijepur check dam is a blessing for farmer in subarnapur
ଚାଷୀଙ୍କ ପାଇଁ ଆଶୀର୍ବାଦ ହୋଇଛି ବିଜେପୁର ଚେକଡ୍ୟାମ

ସୁବର୍ଣ୍ଣପୁର: ଜିଲ୍ଲା ବିଜେପୁର ନାଳରେ ତିଆରି ହୋଇଥିବା ଚେକଡେମ ଚାଷୀ ପାଇଁ ଆଶିର୍ବାଦ ସଦୃଶ ହୋଇଛି । ପ୍ରାୟ 5 ବର୍ଷ ତଳେ ଜିଲ୍ଲାରେ ଶହ ଶହ ଚେକଡେମ ତିଆରି ହୋଇଥିଲା । ଏପରିକି ଆଟ , ପଡିଆ ,ଛୋଟ ନାଳ ଆଦି ଉପରେ ବି ଚେକଡେମ ତିଆରି କରାଯାଇ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇଥିଲା । ଯାହା ଅଧିକାଂଶ ଚାଷୀର କାର୍ଯ୍ୟରେ ଆସି ପାରି ନ ଥିଲା । କାରଣ ଚେକଡେମ ଗୁଡିକର ଜଳଧାରଣ କ୍ଷମତା କମ ଥିବା ବେଳେ ଶୀତ ଋତୁରେ ଶୁଖି ଯାଉଥିବା ନାଳ ଆଦିରେ ନିର୍ମାଣ କରାଯାଇଥିଲା ।

ଚାଷୀଙ୍କ ପାଇଁ ଆଶୀର୍ବାଦ ହୋଇଛି ବିଜେପୁର ଚେକଡ୍ୟାମ

ହେଲେ ବିଜେପରୁ ଚେକଡେମରେ କେବଳ ଶୀତ ଦିନ ସହ ଖରା ଦିନରେ ବି ପାଣି ରହି ପାରୁଛି । ସ୍ରୋତସ୍ବିନୀ ନାଳ ହୋଇଥିବାରୁ ଏହି ଚେକଡେମରେ ବର୍ଷ ତମାମ ପାଣି ଥିବା ଦେଖିବାକୁ ମିଳୁଛି । ଚେକଡେମ ନିକଟବର୍ତ୍ତି ଚାଷୀମାନେ ବି ଉଠା ଜଳସେଚନ ମାଧ୍ୟମରେ ଉଭୟ ରବି ଓ ଖରିଫ ଋତୁରେ ଜଳସେଚନ କରି ନିଜ ଶସ୍ୟର ସୁରକ୍ଷା ଦେଇ ପାରୁଛନ୍ତି । ବର୍ଷତମାନ ଏହି ଚେକଡେମ ଦ୍ବାରରେ କୁକୁକୁଳୁ ହୋଇ ପାଣି ମହାନଦୀକୁ ବୋହି ଯାଉଛି ।ତେବେ ଏହିପରି ଛୋଟ ଛୋଟ ପ୍ରକଳ୍ପ କରାଗଲେ ଭୂତଳ ଜଳସ୍ତର ଉର୍ଦ୍ଧ୍ବଗାମୀ ହେବା ସହିତ ଜଳ ସଂରକ୍ଷଣ ସାଙ୍ଗକୁ ଚାଷୀର ଜଳସେଚନ ସମସ୍ୟା ଦୂର ହୋଇ ପାରିବ । ତେବେ ଜିଲ୍ଲାରେ ଉଦାହରଣ ହୋଇଥିବା ଏହି ବିଜେପୁର ଚେକଡେମ ପରି ପ୍ରକଳ୍ପ ବ୍ୟାପକ ପରିମାଣରେ କରିବା ସହିତ କୃଷି ଓ କୃଷକର ଜଳସେଚନ ଜନିତ ସମସ୍ୟା ସମାଧାନ କରିବା ପାଇଁ ବିଜେପି ନେତା ବଳଦେବ ବେଦବାଗ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details