ସୁବର୍ଣ୍ଣପୁର:ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଠିକାଦାରମାନଙ୍କ ପାଖରୁ ପିସି ବାବଦକୁ ସଂଗ୍ରହ କରିଥିଲେ ଟଙ୍କା । ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏହାସହ ଟଙ୍କା ମଧ୍ୟ ଜବତ କରିଛି ।
ସୂଚନା ଅନୁସାରେ, ବରଗଡ ଜିଲ୍ଲା ବିଜେପରୁ ବିଡିଓ ପଦ୍ମନାଭ ସାମନ୍ତରାୟ ନିଜ କାର୍ଯ୍ୟାଳୟରୁ ଲାଞ୍ଚ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ମାଡି ବସିଥିଲେ । ତାଙ୍କ ଠାରୁ ତିନି ଲକ୍ଷ ଏକାବନ ହଜାର ତିନିଶହ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏବେ ବିଡିଓଙ୍କୁ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ରଖି ପଚରାଉଚରା କରାଯାଇଛି ।