ଓଡିଶା

odisha

ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ବାହୁଡା ଯାତ୍ରା

ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣପୁରରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା । ସନ୍ଧ୍ୟାରେ ତିନି ବିଗ୍ରହଙ୍କ ଧାଡ଼ି ପହଣ୍ଡି କରାଯାଇ ସେମାନଙ୍କୁ ରଥାରୂଢ କରାଯାଇଛି । ଏହାପରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 13, 2019, 5:13 AM IST

ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣପୁରରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା । ଶୁକ୍ରବାର ସହରର ଶ୍ରୀଗୁଣ୍ଡିଚା ମନ୍ଦିରରୁ ମହାବାହୁ ବଡ ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିବାକୁ ବାହୁଡା ଯାତ୍ରାରେ ବାହାରିଛନ୍ତି । ସନ୍ଧ୍ୟାରେ ତିନି ବିଗ୍ରହଙ୍କ ଧାଡ଼ି ପହଣ୍ଡି କରାଯାଇ ସେମାନଙ୍କୁ ରଥାରୂଢ କରାଯାଇଛି । ଏହାପରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ।

ଭିିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ରୀତି ଅନୁଯାୟୀ ମନ୍ଦିରରୁ ବାହାରିବା ପରେ ବିଗ୍ରହମାନଙ୍କୁ ଛପନ ଭୋଗ ଦିଆଯାଇଥିଲା । ଭୋଗ ପରେ ସନ୍ଧ୍ୟା ଆରତୀ କରାଯାଇ ବିଗ୍ରହମାନଙ୍କୁ ପହୁଣ୍ଡି କରାଯାଇଥିଲା । ତେବେ ପାତାଳୀ ଶ୍ରୀକ୍ଷେତ୍ରରେ ରହିଥିବା ନିଆରା ପରମ୍ପରା ଅନୁଯାୟୀ ପ୍ରତିଟି ଦୁଆରରେ ତିନି ବିଗ୍ରହଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ବିଗ୍ରହମାନଙ୍କୁ ରଥାରୂଢ କରିଥିଲେ ।

ରଥ ଉପରେ ଭକ୍ତମାନେ ନିଜ ନିଜର କୁନି ପିଲାମାନଙ୍କୁ ରଥଛୁଆଁ କାର୍ଯ୍ୟ କରିଥିଲେ । ରାଜା ରାଜୁଡା ଅମଳରୁ ଶ୍ରଦ୍ଧାଳୁମାନେ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରେ ରଥଛୁଆଁ ପର୍ବ ପାଳନ କରି ଆସୁଛନ୍ତି । ସହରରେ ପାଳିତ ହେଉଥିବା ବାର ଦିନର ଏହି ରଥଯାତ୍ରାରେ ବାହୁଡ଼ାର ଦୁଇ ଦିନ ଯାଏଁ ରଥଟଣା କାର୍ଯ୍ୟ ସମ୍ପାଦନ କରାଯିବାର ବିଧି ରହିଆସିଛି ।

ତେଣୁ ଶନିବାର ଓ ରବିବାର ଯାଏଁ ରଥଟଣା କାର୍ଯ୍ୟ ସମ୍ପାଦନ କରାଯିବ । ଏଥିପାଇଁ ଦେବୋତ୍ତର ବିଭାଗ ଓ ଯାତ୍ରା କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଗାମୀ ଦୁଇ ଦିନ ରଥଟଣା କାର୍ଯ୍ୟ ପାଇଁ ୱେସ୍କୋ ଓ ଜିଲ୍ଲା ପୋଲିସ ପ୍ରଶାସନକୁ ଆବଶ୍ୟକୀୟ ସହଯୋଗ କରିବାକୁ ଦେବୋତ୍ତର ବିଭାଗ ପକ୍ଷରୁ ଅନୁରୋଧ ମଧ୍ୟ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details