ସୁବର୍ଣ୍ଣପୁର: ଗାଁର ରାସ୍ତା ଖରାପ ଯୋଗୁଁ ଯାଇପାରିଲା ନାହିଁ 108 ଆମ୍ବୁଲାନ୍ସ । ଦେଢ କିଲୋମିଟର ଚାଲି ଚାଲି ଗଲେ ଗର୍ଭବତୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଘିଆ ପଞ୍ଚାୟତର ବଡମାଲ ଗାଁରେ ।
ଗାଁର ବାସନ୍ତି କୁମ୍ଭାରଙ୍କ ପ୍ରସବ ବେଦନା ହେବାରୁ ତରଭା 108 ଆମ୍ବୁଲାନ୍ସକୁ ପରିବାର ଲୋକେ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିଥିଲା । ହେଲେ ବଡମାଳ ଛକରୁ ନନ୍ଦପାଲି ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଅଧାବାଟରେ ରହିଗଲା । ଗାଁ ଲୋକଙ୍କ ସହାୟତାରେ ଚଲେଇ ଚଲେଇ ମହିଳାଙ୍କୁ ଆମ୍ବୁଲାନ୍ସ ପାଖକୁ ଆଣା ଯାଇଥିଲା ।