ଓଡିଶା

odisha

ETV Bharat / state

ଆମ୍ବୁଲାନ୍ସରେ ରୋଗୀ ନୁହେଁ ସେବା ପାଉଛି ଟିଭି - ଆମ୍ବୁଲାନ୍ସ ଦୁର୍ଘଟଣା

ସୁବର୍ଣ୍ଣପୁର ସହରର କସ୍ତୁରୀ ହୋଟେଲ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ବଲପୁର ପରିବହନ ବିଭାଗର ନମ୍ବର ଥିବା ଏକ ଆମ୍ବୁଲାନ୍ସରେ ଡ୍ରାଇଭର ଟେଲିଭିଜନ ମରାମତି କରିବାକୁ ନେଉଥିବା ବେଳେ ଏକ ହୋଣ୍ଡା ସିଟି ଗାଡ଼ିରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 8, 2019, 10:47 PM IST

ସୁବର୍ଣ୍ଣପୁର: ସହରର କସ୍ତୁରୀ ହୋଟେଲ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ବଲପୁର ପରିବହନ ବିଭାଗର ନମ୍ବର ଥିବା ଏକ ଆମ୍ବୁଲାନ୍ସରେ ଡ୍ରାଇଭର ଟେଲିଭିଜନ ମରାମତି କରିବାକୁ ନେଉଥିବା ବେଳେ ଏକ ହୋଣ୍ଡା ସିଟି ଗାଡ଼ିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆମ୍ବୁଲାନ୍ସ ଡ୍ରାଇଭର ହୋଣ୍ଡା ଗାଡିକୁ ପିଟିବା ପରେ ସେଠାରୁ ଫେରାର ହୋଇଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଜିଲ୍ଲାର ମେଣ୍ଡା ଗାଁର ସନ୍ତୋଷ ସାହାକୁ ଆମ୍ବୁଲାନ୍ସ ଡ୍ରାଇଭର ସନ୍ଦେହରେ ପଚରାଉଚରା କରୁଛି । ଅଟକ ସନ୍ତୋଷ ନିଜେ ଆମ୍ବୁଲାନ୍ସର ଡ୍ରାଇଭର ନୁହେଁ ବୋଲି ପୋଲିସ ଆଗରେ କହିଛି । ହୋଣ୍ଡା ଗାଡିଟି ସହରର ସିଣ୍ଡିକେଟ ବ୍ୟାଙ୍କର ମ୍ୟାନେଜରଙ୍କ ବୋଲି ଜଣାପଡିଛି ।

ଆମ୍ବୁଲାନ୍ସ କାହିଁକି ମାଲ ପରିବହନ ପାଇଁ ବ୍ୟବହାର ହେଉଛି ତାହା ଲୋକଙ୍କ ଭିତରେ ଉତ୍ସୁକତା ସହ କ୍ରୋଧ ମଧ୍ୟ ସୃଷ୍ଟି କରିଛି । ଆମ୍ବୁଲାନ୍ସ କେଉଁ ଡାକ୍ତରଖାନାର ଓ କାହିଁକି ପୁରୁଣା ଟେଲିଭିଜନ ନେଇ ସହରରେ ବୁଲୁଥିଲା ତାହା ସଠିକ ଭାବରେ ଜଣା ପଡ଼ିନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details