ଓଡିଶା

odisha

By

Published : May 4, 2021, 2:22 PM IST

ETV Bharat / state

ସୁବର୍ଣ୍ଣପୁରରେ ପ୍ରସୂତିଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ

ସୁବର୍ଣ୍ଣପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ବିଭାଗରେ ଲାଞ୍ଚ ନିଆଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ..

Allegation of taking bribe at maternity department in Subarnapur District medical
ସୁବର୍ଣ୍ଣପୁରରେ ପ୍ରସୂତିଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ମହିଳାମାନଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ କାର୍ଯ୍ୟରତ କର୍ମଚାରୀମାନେ ଟଙ୍କା ମାଗିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୁବର୍ଣ୍ଣପୁରରେ ପ୍ରସୂତିଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ

ଜିଲ୍ଲାର ଗୁଡଭେଲିପଦରର ନୀଳମଣି କୁମ୍ଭାର ଗତ ସୋମବାର ତାଙ୍କ ପତ୍ନୀଙ୍କୁ ଡାକ୍ତରଖାନାରେ ଆଡମିଟ କରିଥିଲେ । ସଂଧ୍ୟାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପରେ ମେଡିକାଲ କର୍ମଚାରୀ ନୀଳମଣିଙ୍କୁ ମାଗଣା ଚିକିତ୍ସା କରାଇଥିବା ଏକ ଖାତାରେ ଦସ୍ତଖସ୍ତ କରାଇଥିଲେ । ହେଲେ ପରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଳମଣୀଙ୍କୁ ଟଙ୍କା ଲାଞ୍ଚ ମାଗିଥିଲେ । ନୀଳମଣି ଲାଞ୍ଚ ନଦେବା ପରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା ।

ଏହି ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ନୀଳମଣି । ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ୫ଟି ଓ ମୋ ସରକାର ଥାଉ ଥାଉ କେମିତି ସରକାରୀ କର୍ମଚାରୀମାନେ ଲାଞ୍ଚ ମାଗୁଛନ୍ତି ? ଲାଞ୍ଚ ନଦେଲେ ରୋଗୀମାନଙ୍କୁ ନାହିଁ ନଥିବା ହଇରାଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏ ଲାଞ୍ଚ ଟଙ୍କା କର୍ମଚାରୀମାନେ ନେଉଛନ୍ତି ନା ଏଥିରେ ଆଉ କାହା ଭାଗ ରହୁଛି ତାହା ତଦନ୍ତ ହେବା ଜରୁରୀ ହୋଇ ପଡିଛି ।

ଏଭଳି ଘଟଣା ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଘଟୁଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ କାହିଁକି କାର୍ଯ୍ୟନୁଷ୍ଠାନ ନେଉ ନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ଡାକ୍ତଖାନାରେ ପୂର୍ବରୁ ମଧ୍ୟ ପ୍ରସୂତୀଙ୍କଠାରୁ ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details