ଓଡିଶା

odisha

ETV Bharat / state

ବୀରମହାରାଜପୁର ବିଜୟ ପାଇଁ ପ୍ରମୁଖ ଦଳ ପ୍ରସ୍ତୁତ - Congress

ନିର୍ବାଚନ ପାଖେଇ ଆସୁଥିବାବେଳେ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ଣତା ଦେଖିବାକୁ ମିଳିଛି। ବିଜେଡିର ପ୍ରାର୍ଥୀ ତଥା ବିଧାୟକ ପଦ୍ମନାଭ ବେହେରାଙ୍କୁ ମାତ୍ ଦେବା ପାଇଁ କଂଗ୍ରେସ ଓ ବିଜେପି ପ୍ରସ୍ତୁତ ଚଲାଇଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Mar 28, 2019, 12:57 PM IST

ସୁବର୍ଣ୍ଣପୁର : ନିର୍ବାଚନ ପାଖେଇ ଆସୁଥିବାବେଳେ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ଣତା ଦେଖିବାକୁ ମିଳିଛି। ବିଜେଡିର ପ୍ରାର୍ଥୀ ତଥା ବିଧାୟକ ପଦ୍ମନାଭ ବେହେରାଙ୍କୁ ମାତ୍ ଦେବା ପାଇଁ କଂଗ୍ରେସ ଓ ବିଜେପି ପ୍ରସ୍ତୁତ ଚଲାଇଛନ୍ତି। କଂଗ୍ରେସରୁ ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ର ଲଢୁଥିବାବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଯୁବ ନେତା ରଘୁନାଥ ଜଗଦଲା। ଏହା ସହ ଏଠାରୁ ସ୍ବାଧୀନ ପ୍ରାର୍ଥୀ ଆନନ୍ଦ ବାରିକ ଲଢୁଥିବାରୁ ନିର୍ବାଚନ ରୋଚକ ହେବ ବୋଲି କୁହାଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବିଧାନସଭାରେ ଚତୁର୍ମୁଖୀ ପ୍ରତିଦ୍ବନ୍ଦିତା ହେବା କଥା ସ୍ପଷ୍ଟ ଜଣା ପଡୁଥିବାବେଳେ ଛୋଟ ଛୋଟ ରାଜନୈତିକ ଦଳର ପ୍ରାର୍ଥୀମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି।

ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ଲଗାତର ଦୁଇଥର ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏଥର ତୃତୀୟ ଥର ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଜନହିତକର ଯୋଜନାଗୁଡିକୁ ପାଥେୟ କରି ସେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଲାଗିପଡିଛନ୍ତି ।

ସେପଟେ ତାଙ୍କୁ ମାତ୍ ଦେବା ପାଇଁ ବିଜେପି ଜଣେ ନୂଆ ମୁହଁକୁ ସୁଯୋଗ ଦେଇଛି। ବୀରମହାରାଜପୁର ଅଞ୍ଚଳରେ ଯୁବ ଇଞ୍ଜିନିୟର ଭାବେ ପରିଚିତ ରଘୁନାଥ ଜଗଦଲାକୁ ପ୍ରାର୍ଥୀ କରିଛି ଦଳ। ବିଜେଡିର ପ୍ରତିକୂଳ ହାୱା ସହିତ କେନ୍ଦ୍ରର ଜନହିତକର ଯୋଜନାକୁ ନେଇ ସେ ଲୋକଙ୍କ ଆସ୍ଥାଭାଜନ ହେବା ସହ ବିଜୟ ଲାଭ କରିବେ ବୋଲି ଆଶା ବାନ୍ଧିଛନ୍ତି।

ସେହିପରି କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ର। ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବା ସହ ଚାଷୀ, ଶ୍ରମିକ, ଗରୀବ ମୂଲିଆଙ୍କ ପାଇଁ କାର୍ଯ୍ୟ କରିବାକୁ ଆଶା ଦେଖାଇ ଆସ୍ଥା ପାଇବା ପାଇଁ ଅଣ୍ଟାଭିଡିଛନ୍ତି ।

ଅନ୍ୟପଟେ ବିଜେପି ଦଳୀୟ ଟିକେଟ ନ ପାଇ ବିଦ୍ରୋହ କରି ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଆନନ୍ଦ ବାରିକ। ତେବେ ଏହି ଚାରି ଜଣ ନେତାଙ୍କୁ ବାଦ ଦେଲେ ମଇଦାନରେ ଅଛନ୍ତି ଆଉ ପାଞ୍ଚ ଜଣ ପ୍ରାର୍ଥୀ। ଯାହା ନିର୍ବାଚନକୁ ରୋଚକ ମୋଡକୁ ନେଉଥିବା ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details