ଓଡିଶା

odisha

ETV Bharat / state

ଅଭିଯୋଗ ପରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - subarnapur

ଜିଲ୍ଲାର କଳାପଥର ପଞ୍ଚାୟତର ବାବୁପାଲି ହରିଜନ ସାହିର ସର୍ବସାଧାରଣ ସ୍ଥାନରେ ଜବରଦଖଲକୁ ସାଧାରଣ ଲୋକ ପ୍ରତିବାଦ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 18, 2019, 4:46 PM IST

ସୁବର୍ଣ୍ଣପୁର: ସଦର ବ୍ଲକ କଳାପଥର ପଞ୍ଚାୟତର ବାବୁପାଲି ହରିଜନ ସାହିର ସର୍ବସାଧାରଣ ସ୍ଥାନରେ ଜବରଦଖଲକୁ ସାଧାରଣ ଲୋକ ପ୍ରତିବାଦ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଭିଯୋଗ ପରେ ଜିଲ୍ଲାପାଳ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନାଯୋଗ୍ୟ, ଗାଁର ସରୋଜ ଭୋଇ ସର୍ବସାଧାରଣ ସ୍ଥାନରେ ବାଡ ଘେରାଇଛନ୍ତି । ସେଥିପାଇଁ ପ୍ରତିବାଦ କଲେ ଗାଁଲୋକଙ୍କ ସହ ଗଣ୍ଡଗୋଳ କରୁଥିବା ସୂଚନା ମିଳିଛି । ଲୋକଙ୍କ ବାରଣ ସତ୍ତ୍ବେ ଜବରଦଖଲକାରୀ ନାମ ମଣ୍ଡପ ଜାଗା ମାଡ଼ି ବସିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁର ଲୋକେ ସୋନପୁର ବିଧାୟକ ପାଣ୍ଠିରୁ ମିଳିଥିବା ତିନି ଲକ୍ଷ ଟଙ୍କାର ଅନୁଦାନରେ ସେହି ସ୍ଥାନରେ ମଣ୍ଡପ ତିଆରି କରିବାକୁ ଯୋଜନା ରଖିଛନ୍ତି । ହେଲେ ସ୍ଥାନ ଜବରଦଖଲରେ ଥିବାରୁ ନାମ ମଣ୍ଡପ ତିଆରି ହୋଇପାରୁ ନଥିବା ଗାଁଲୋକେ କହିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସଦର ଅତିରିକ୍ତ ତହସିଲଦାର ତ୍ରିପୁର ମହାନନ୍ଦ ଜବରଦଖଲକାରୀ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details