ଓଡିଶା

odisha

ETV Bharat / state

ପୋଲିସର ଚା' ପିଇବା ସୁଯୋଗ ନେଇ ଅଭିଯୁକ୍ତ ଫେରାର

ଦେଓଗାଁ ପୋଲିସ ସମ୍ବଲପୁରରୁ ଜଣେ ଅଭିଯୁକ୍ତକୁ ଆଣି ଦେଓ ଗାଁ ନେବା ବାଟରେ ରାସ୍ତାରେ ଗାଡି ରଖି ଚା' ପିଇବାକୁ ଯିବା ବେଳେ ଅଭିଯୁକ୍ତ ଫେରାର । ଘଟଣାରେ ପୋଲିସ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛି ।

By

Published : Jul 27, 2019, 2:24 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଚା' ପିଇବା ପୋଲିସ ବାବୁଙ୍କୁ ପଡିଲା ମହଙ୍ଗା । ଅଭିଯୁକ୍ତକୁ ଆଣିବା ସମୟରେ ରାସ୍ତାରେ ଗାଡି ରଖି ଚା' ପିଇବାକୁ ଯିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ସୁବର୍ଣ୍ଣପୁର ବ୍ଳକ ଛକରେ ପୋଲିସ ଗାଡିକୁ ରାସ୍ତା କଡରେ ରଖି ଚାହା ପିଇବାକୁ ଦୋକାନକୁ ଯାଇଥିଲେ । ଅଭିଯୁକ୍ତ ଏହାର ସୁଯୋଗ ନେଇ ହାତରେ ହାତକଡି ଥିବା ସତ୍ତ୍ବେ ଟାଟା ସୁମୋ ଗାଡିର ପଛପଟରୁ ଫେରାର ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ପୋଲିସ ସମ୍ବଲପୁରରୁ ଜଣେ ଅଭିଯୁକ୍ତକୁ ଆଣି ଦେଓ ଗାଁ ନେବା ବାଟରେ ସୁବର୍ଣ୍ଣପୁର ସହର ବ୍ଳକ ଛକରେ ଏପରି ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଇଲେକ୍ଟ୍ରି ତାର ଚୋରି ମାମଲାରେ ଦେଓଗାଁ ଥାନା ପୋଲିସ ସମ୍ବଲପୁର ଗୁଣ୍ଡେରପୁର ଗାଁରୁ ଗୁଲୁଠୁ ଭରାସାଗରକୁ ଦେଓଗାଁ ନେଉଥିଲା ।ଦେଓଗାଁ ଆଇଆଇସି ଲୋକନାଥ ଭୋଇଙ୍କ ନେତୃତ୍ବରେ ଏକ ଚାରି ଜଣିଆ ପୋଲିସ ଟିମ୍‌ ଅଭିଯୁକ୍ତକୁ ଗିରଫ କରି ସୁବର୍ଣ୍ଣପୁର ବାଟ ଦେଇ ଦେଓଗାଁ ନେଉଥିଲେ । ଆଇଆଇସି ଲୋକନାଥ ,ଏଏସଆଇ ଜନାର୍ଦ୍ଦନ ସାହୁ ଓ ସାଙ୍ଗରେ ଆସିଥିବା ଦୁଇ ଜଣ କନେଷ୍ଟବଳ ଚା' ପିଇବାକୁ ଦୋକାନକୁ ଯାଇଥିଲେ । ପୋଲିସ ଟିମ ସାଥିରେ ଆସାମୀକୁ ଚିହ୍ନଟ ପାଇଁ ନେଇଥିବା ଯୁବକ ପରମେ ଓ ଅଭିଯୁକ୍ତ ଗାଡିର ପଛ ସିଟରେ ବସିଥିଲେ । ହେଲେ ହାତକଡି ପଡିଥିବା ଆସାମୀ ପୋଲିସର ଚା' ପିଇ ଯିବାର ସୁଯୋଗ ନେଇ ଗାଡି ପଛରୁ ବାହାରି ଫେରାର ମାରିଛି ।

ଦେଓଗାଁ ପୋଲିସ ସୁବର୍ଣ୍ଣପୁର ବ୍ଳକ ଛକ ଆଖ ପାଖରେ ଖୋଜି ଅଭିଯୁକ୍ତକୁ ନପାଇବାରୁ ଖାଲି ହାତରେ ଦେଓଗାଁ ଫେରିଛି । ଅଭିଯୁକ୍ତ ଫେରାର ମାରିବା ଘଟଣାରେ ପୋଲିସ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details