ଓଡିଶା

odisha

ETV Bharat / state

ଥାନା ଛାତରୁ ଡେଇଁ ଆସାମୀ ଗୁରୁତର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉପର ମହଲାରୁ ଜଣେ ଆସାମୀ ତଳକୁ ଡେଇଁ ଗୁରୁତର ହୋଇଛନ୍ତି ।

By

Published : May 28, 2019, 8:47 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଥାନା ଛାତରୁ ଡେଇଁଲେ ଆସାମୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉପର ମହଲାରୁ ଜଣେ ଆସାମୀ ତଳକୁ ଡେଇଁ ଗୁରୁତର ହୋଇଛନ୍ତି ।

ତେବେ ଡେଇଁବାର କିଛି ସମୟ ପୂର୍ବରୁ ଯୁବକ ଜଣକ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ପାଟିତୁଣ୍ଡ କରୁଥିଲେ । ତହସିଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଯୁବକକୁ ପୋଲିସ ଥାନାକୁ ଆଣିଥିଲା । ଥାନାରେ ପାଟି ତୁଣ୍ଡ କରିବା ସମ୍ପର୍କରେ ପୋଲିସ ଯୁବକକୁ ପଚରାଉଚୁରା କରୁଥିଲା । ହେଲେ ହଠାତ୍ ଯୁବକ ଜଣକ ଥାନାର ଉପର ମହଲାକୁ ଚଢିଯାଇ ତଳକୁ ଡେଇଁ ପଡିଥିଲା । ଫଳରେ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏହାପରେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ଯୁବକ ଜଣକ ହେଉଛନ୍ତି ବୀରମହାରାଜପୁର ଥାନା ଅନ୍ତର୍ଗତ ଟିଠିପାଲି ଗାଁର ଲିଙ୍ଗ ଅମାତ ବୋଲି ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details