ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ସକ୍ରିୟ ନିଶା ମାଫିଆ, ୫ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ଖାରୀ ନିକଟରୁ ବିପୁଳ ପରିମାଣର ବେଆଇନ କଫସିରପ ଜବତ କରିଛି ପୋଲିସ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ

illegal cough syrup seized in subarnapur
ସୁବର୍ଣ୍ଣପୁରରେ ବିପୁଳ ପରିମାଣର କଫସିରପ ଜବତ

By

Published : Mar 31, 2023, 7:34 PM IST

ସୁବର୍ଣ୍ଣପୁରରେ ବିପୁଳ ପରିମାଣର କଫସିରପ ଜବତ

ସୁବର୍ଣ୍ଣପୁର: ଜିଲ୍ଲାରେ ଚାଲିଛି ବେଆଇନ କଫସିରପ କାରବାର । ଏହି ବେଆଇନ କଫ୍‌ସିରପ କାରବାର ଉପରେ ଅଙ୍କୁଶ ଲଗାଯାଇପାରୁ ନଥିବା ଯୋଗୁଁ ଯୁବପିଢି ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଏହି କ୍ରମରେ ବିପୁଳ ପରିମାଣରେ କଫ୍‌ ସିରପ ଜବତ କରିଛି ତରଭା ଥାନା ପୋଲିସ । ଖାରୀ ନିକଟରେ ପୋଲିସ ଚଢ଼ାଉ କରି ଏକ କପସିରଫ ବୋଝେଇ ପିକଅପ ଭ୍ୟାନ ସହିତ 1920 ବୋତଲ କଫ୍‌ ସିରପ ଜବତ କରିଛି । ଏହି ଘଟଣାରେ ୫ ଜଣ ଗିରଫ ହୋଇଥିବା ଜିଲ୍ଲା ଆରକ୍ଷି ଅଧିକ୍ଷକ ସୂଚନା ଦେଇଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ଏହି କଫ୍‌ ସିରପ ଚାଲାଣ ହେଉଥିଲା । ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ତରଭା ଥାନା ପୋଲିସ ଖାରୀ ନିକଟରେ ଚଢ଼ାଉ କରିଥିଲା । ଗାଡ଼ିର ଯାଞ୍ଚ ପରେ ବିପୁଳ ପରିମାଣର ବେଆଇନ କଫ୍‌ ସିରପ ଜବତ ହୋଇଥିଲା । ବଲାଡି ଗ୍ରାମର ନିଶା ବେପାରୀ ଦେବେନ୍ଦ୍ର ପାତ୍ର କଫ୍‌ ସିରପ ଅର୍ଡର କରିଥିବା ଜଣାପଡ଼ିଛି । ଏହି ଘଟଣାରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଦେବେନ୍ଦ୍ରଙ୍କ ସମେତ ନିଶା ଔଷଧ କାରବାରରେ ସହଯୋଗ କରୁଥିବା ସ୍ଥାନୀୟ ଦୁଇ ଯୁବକ ପ୍ରଶାନ୍ତ ନାଏକ ଓ ସୁଶାନ୍ତ ସେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେହିପରି ଭୁବନେଶ୍ବରରୁ ପିକଅପ ଭ୍ୟାନରେ କଫ୍‌ ସିରପ ନେଇ ଆସିଥିବା ଦୁଇ ଜଣ ବ୍ୟବସାୟୀ ସୁଶାନ୍ତ ନାଗ ଓ ଦେବାଶିଷ ଛତ୍ରିଆଙ୍କୁ ମଧ୍ୟ ଗିରଫ ହୋଇଛନ୍ତି ।

କଫ୍‌ ସିରପ ଡେଲିଭରି ନେବା ପାଇଁ ବଲାଙ୍ଗୀର ନମ୍ବର ଥିବା ଏକ କାର୍‌କୁ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା କହିଛନ୍ତି, "ନିଶା କାରବାର ମାମଲାରେ ପୋଲିସ ଏନଡିପିଏସ ଆଇନରେ ଏକ ମାମଲା ରୁଜୁ କରିବା ସହିତ 21 ବି ଓ 29 ଧାରାରେ ୫ ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଏଥିସହ ସେମାନଙ୍କଠାରୁ ୫ଟି ମୋବାଇଲ ଜବତ ହୋଇଛି । ଏହି ଘଟଣାରେ ଆଉ କେହି କେହି ସଂପୃକ୍ତ ଅଛନ୍ତି ନା ନାହିଁ ତାହାର ତଦନ୍ତ କରାଯାଉଛି ।"

ପ୍ରକାଶ ଥାଉକି, ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ କଫସିରପ ଜବତ କରାଯାଇଛି । କିନ୍ତୁ ଏହି ବେଆଇନ କାରବାର ଉପରେ ରୋକ ଲଗାଇବାରେ ପୋଲିସ ସଫଳ ହୋଇପାରୁନାହିଁ । ଫଳରେ ଏହାକୁ ବ୍ୟବହାର କରି ଯୁବପିଢି ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ବଡ଼ ଧରଣର କଫ୍‌ ସିରପ ରାକେଟ ସକ୍ରିୟ ଥିବା ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details