ଓଡିଶା

odisha

ETV Bharat / state

ପାନ ଦୋକାନ ଉପରେ ଚଢାଉ,80 ଲିଟର ମଦ ଜବତ

ପାନ ଦୋକାନରେ ଚଢାଉ କରି 80 ଲିଟର ମଦ ଜବତ କଲା ପୋଲିସ । ପାନ ଦୋକାନ ନାଁରେ ଚାଲିଥିବା ଲୁଚା ମଦ ବେପାର । ହେଲେ ଏହି ଲୁଚାଚୋରା ବେପାର ପୋଲିସ ଆଖିରୁ ଖସିପାରିନଥିଲା । ଶେଷରେ ପୋଲିସ ଚଢାଉ କରି ଜବତ କଲା ମଦ।

By

Published : Jun 25, 2019, 1:07 AM IST

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର : ବିନିକା ପୋଲିସ ବିଶାଳ ପାଲି ଛକରେ ଏକ ପାନ ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି ପୋଲିସ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରାସାଦ ଦାଶଙ୍କ ନିର୍ଦେଶରେ ହୋଇଥିଲା ଚଢାଉ । 40 ବର୍ଷୀୟ ଉଦୟ ନାଥ କର୍ମୀଙ୍କ ଦୋକାନରୁ 174 ବୋତଲ ବିଦେଶୀ ମଦ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ପ୍ରାୟ 80 ଲିଟର ମଦର ଆନୁମାନିକ ମୂଲ୍ୟ 30 ହଜାର ଟଙ୍କା ହେବ ବୋଲି ଜଣାପଡିଛି । 80 ଲିଟର ମଦ ସହିତ ପାନ ଦୋକାନୀ ଉଦୟ ନାଥ କର୍ମୀକୁ ପୋଲିସ ଗିରଫ କରି ଏକ ମାମଲା ରୁଜୁ କରିଛି । ବିଧାୟକ ନିରଞ୍ଜନ ପୂଜାରୀ ଅବକାରୀ ମନ୍ତ୍ରୀ ହେବା ପରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ବ୍ୟାପକ ଚଢ଼ାଉ କରାଯାଉଛି। ହେଲେ ଅନେକ ସମୟରେ ଅସଫଳ ହେଉଥିବା ପୋଲିସକୁ ଆଜି ସଫଳତା ମିଳିଛି ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ କ୍ରାଇମ ମିଟିଂରେ ଥାନା ଅଧିକାରୀ ମାନଙ୍କୁ କଡାକଡି ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି । କୁଚିଆ ଦେଶୀ ମଦ କାରବାର ଉପରେ ବି ପୋଲିସର ନଜର ରହିଛି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details