ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ବ୍ୟାପୁଛି ଡାଏରିଆ, 22ରୁ ଉର୍ଦ୍ଧ୍ବ ଆକ୍ରାନ୍ତ - DIARRHOEA

ସୁବର୍ଣ୍ଣପୁର ଜିଲ୍ଲାର ଜନମୁରା ଗାଁରେ ଡାଏରିଆରେ ଆକ୍ରାନ୍ତ ହୋଇ 22ରୁ ଉର୍ଦ୍ଧ୍ବ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : May 15, 2019, 11:28 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଜନମୁରା ଗାଁରେ ଡାଏରିଆ ଆତଙ୍କ । 22 ଜଣ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବୁଧବାର ମଧ୍ୟାହ୍ନରେ ହଠାତ ଗାଁରେ ଝାଡାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିଲେ । ପ୍ରଚଣ୍ଡ ତାତିରେ ଗୁରୁତର ହୋଇ ପଡିଥିବା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମୁଦାୟ 22 ଜଣ ରୋଗୀ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରେ 5 ଜଣ ଶିଶୁ ଅଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

କିଛି ଲୋକେ ବାହାର ଔଷଧ ଦୋକାନରୁ ଔଷଧ କିଣି ଘରେ ବ୍ୟବହାର କରିଥିବା ଜଣା ପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ଅଭାବ ହେତୁ ରୋଗୀଙ୍କୁ ବାରଣ୍ଡାରେ ସାଲାଇନ ଦେବା ସହିତ ଆବଶ୍ୟକ ଔଷଧ ଦିଆଯାଇଛି ।

ତେବେ କେଉଁ କାରଣରୁ ଏତେ ସଂଖ୍ୟାରେ ଗାଁରେ ଝାଡାବାନ୍ତିରେ ଲୋକେ ଆକ୍ରାନ୍ତ ହେଲେ ତାହା ସ୍ପଷ୍ଟ ହୋଇନାହିଁ । ତଥାପି ପୋଖରୀ ଓ ଖୋଲା କୂଅରୁ ଦୂଷିତ ପାଣି ଲୋକେ ବ୍ୟବହାର କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏହି ଘଟଣାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇ ମୋବାଇଲ ହେଲଥ ଟିମ୍ ପଠାଇବାକୁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details