ଓଡିଶା

odisha

By

Published : Feb 9, 2020, 12:13 PM IST

ETV Bharat / state

ଦନ୍ତା ହାତୀ ଶିକାର ଘଟଣା; ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ସାରସଦାଦର ଜଙ୍ଗଲରେ ଦାନ୍ତ ପାଇଁ ଦନ୍ତା ହାତୀ ଶିକାର ଘଟଣାରେ 2ଟି ହାତୀ ଦାନ୍ତ ଉଦ୍ଧାର ସହ 2 ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ । ଅଧିକ ପଢନ୍ତୁ...

2 main accuesd arrest in elephant death
ଦନ୍ତା ହାତୀ ଶିକାର ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ଦନ୍ତା ହାତୀ ଶିକାର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଜିଲ୍ଲାର ଉଲୁଣ୍ଡା ରେଞ୍ଜ ସାରସଦାଦର ଜଙ୍ଗଲରେ ଦାନ୍ତ ପାଇଁ ଦନ୍ତା ହାତୀ ଶିକାର ଘଟଣାରେ 2ଟି ହାତୀ ଦାନ୍ତ ଉଦ୍ଧାର ସହ 2 ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ । ମୁଖ୍ୟ ଅଭିଯୁକ୍ତ ଦ୍ବୟ ହେଲେ ମେଘନାଦ ଗାଁର ସୁରେନ୍ଦ୍ର କର୍ଣ୍ଣ ଓ କାଳିଆ କର୍ଣ୍ଣ । ସଂପର୍କରେ ଉଭୟ କକା ପୁତୁରା ହେବେ ବୋଲି ଜଣାପଡିଛି ।

ଦନ୍ତା ହାତୀ ଶିକାର ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୯ ତାରିଖରେ କୋଟସମଲାଇ ବିଟର ସାରସଦାଦର ଜଙ୍ଗଲରୁ ଏକ ଗଳିତ ଦନ୍ତା ହାତୀର ମୃତଦେହ ଠାବ କରାଯାଇଥିଲା । ଦୁର୍ବୃତ୍ତମାନେ ହାତୀକୁ ଶିକାର କରି ଦାନ୍ତ ଚୋରି କରି ନେଇଥିଲେ । ଏହି ଘଟଣାରେ ଜଣେ ବନରକ୍ଷୀ ଓ ଜଣେ ବନପାଳଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲା ବନଖଣ୍ଡ ଅଧିକାରୀ ।

ପୂର୍ବରୁ ଏହି ଘଟଣାରେ ୫ ଜଣକୁ ଗିରଫ କରିଥିଲା ବନ ବିଭାଗ । ମାତ୍ର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ନାକେଦମ ହୋଇଯାଇଥିଲା ବନବିଭାଗ । ଶେଷରେ ବନବିଭାଗ ପକ୍ଷରୁ ଏକ ଟିମ ଗଠନ କରି କଳେବଳେ କୌଶଳେ ୨ ମୁଖ୍ୟ ଅଭିଯୁକ୍ତକୁ ହାତୀ ଦାନ୍ତ ସହ ରାଧାନଗର ରାସ୍ତାରୁ ଗିରଫ କରିଛି ବନବିଭାଗ । ତେବେ ୨ ମୁଖ୍ୟ ଅଭିଯୁକ୍ତକୁ ଆଜି (ରବିବାର) କୋର୍ଟ ଚାଲାଣ କରିବ ବନ ବିଭାଗ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details