ଓଡିଶା

odisha

ETV Bharat / state

ଘନ କୁହୁଡି ଯୋଗୁଁ ଓଲଟିଲା 108 ଆମ୍ବୁଲାନ୍ସ - 108 ambulance accident heavy cold

ଅତ୍ୟଧିକ କୁହୁଡି ଯୋଗୁଁ ଟ୍ରକକୁ ଧକ୍କା ଦେଇ ଓଲଟିଲା 108 ଆମ୍ବୁଲାନ୍ସ । ଡ୍ରାଇଭର ଓ ଆଟେଣ୍ଡାଣ୍ଟ ସାମାନ୍ୟ ଆହତ ହୋଇଛନ୍ତି ।

108-ambulance-accident
ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

By

Published : Dec 3, 2019, 11:44 AM IST


ସୁବର୍ଣ୍ଣପୁର: ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଘନ କୁହୁଡି ଯୋଗୁଁ ଟ୍ରକ ସହ ଧକ୍କା ହୋଇ ଓଲଟିଲା 108 ଆମ୍ବୁଲାନ୍ସ । ଡ୍ରାଇଭର ଓ ଆଟେଣ୍ଡାଣ୍ଟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

ଘନ କୁହୁଡି ଯୋଗୁଁ ଓଲଟିଲା 108 ଆମ୍ବୁଲାନ୍ସ

ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ବଲାଙ୍ଗୀରରୁ ବୀରମହାରାଜପୁରକୁ ରୋଗୀ ଛାଡିବା ପାଇଁ ୧୦୮ ଆମ୍ବୁଲାନ୍ସ ଯାଇଥିଲା । ସକାଳୁ ପ୍ରବଳ କୁହୁଡି ପଡୁଥିବାରୁ ସୋନପୁରଠାରେ କିଛି ସମୟ ଅଟକିଥିଲା ଆମ୍ବୁଲାନ୍ସ । କିନ୍ତୁ ଉପରିସ୍ଥ ଅଧିକାରୀ ବାରମ୍ବାର ଫୋନ କରିବାରୁ ଆମ୍ବୁଲାନ୍ସଟି ଯିବାକୁ ବାଧ୍ୟ ହୋଇଥିଲା । ଫଳରେ ଖାରି ନିକଟରେ କୁହୁଡି ଯୋଗୁଁ ୧୦୮ ଆମ୍ବୁଲାନ୍ସ ଏକ ଟ୍ରକକୁ ଧକ୍କା ଦେଇଥିଲା, ଫଳରେ ଗାଡିଟି ରାସ୍ତା ତଳକୁ ଓଲଟି ପଡିଥିଲା । ଆହତ ଦୁଇ ଜଣ ଡ୍ରାଇଭର ଓ ଆଟେଣ୍ଡାଣ୍ଟକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details