ସମ୍ବଲପୁର: ଶିଶୁ ଯୌନ ଉତ୍ପୀଡ଼ନ ଓ ଗଣମାଧ୍ୟମର ଭୂମିକା ଶୀର୍ଷକ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଶିଶୁ ଯୌନ ଉତ୍ପୀଡ଼ନ ନିବାରଣ, ପୋକ୍ସୋ ଆକ୍ଟ , କିଶୋର ନ୍ୟାୟ ଆକ୍ଟ ଉପରେ ଗଣମାଧ୍ୟମର ଭୂମିକା ଉପରେ ବିଶେଷ କରି ଆଲୋଚନା କରାଯାଇଥିଲା । ଏଥିସହ ବର୍ତ୍ତମାନ ପରିସ୍ଥିତିରେ ଶିଶୁ କନ୍ୟାମାନଙ୍କ ଯୌନ ଉତ୍ପୀଡ଼ନ ଶିକାର ହେଉଥିବା ଘଟଣା ବଢି ଚାଲିଥିବାବେଳେ ଏହାକୁ ରୋକିବାରେ ଗଣମାଧ୍ୟମର ଭୂମିକା କିପରି ରହିବ, ସେ ବିଷୟରେ ଆଲୋଚନା କରାଯାଇଥିଲା।
ଶିଶୁ ଯୌନ ଉତ୍ପୀଡ଼ନ ଓ ଗଣମାଧ୍ୟମର ଭୂମିକା ଶୀର୍ଷକ କର୍ମଶାଳା ଅନୁଷ୍ଠିତ - Workshops on the role of child sexual abuse and role of midea
ସମ୍ବଲପୁରରେ ଶିଶୁ ଯୌନ ଉତ୍ପୀଡ଼ନ ଓ ଗଣମାଧ୍ୟମର ଭୂମିକା ଶୀର୍ଷକ ଉପରେ ଏକ କର୍ମଶାଳା ଅନୁଷ୍ଠିତ । ଅଧିକ ପଢନ୍ତୁ....
ଶିଶୁ ଯୌନ ଉତ୍ପୀଡ଼ନ ଓ ଗଣମାଧ୍ୟମ ର ଭୂମିକା ଶୀର୍ଷକ କର୍ମଶାଳା ଅନୁଷ୍ଠିତ
ସମ୍ବଲପୁରର ଆଦର୍ଶ ଅନୁଷ୍ଠାନ, ପିକକ, ଏନଏସିଜି, ଓ୍ବାଇଲ୍ଡ ଭିଜନ ସହାୟତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସମ୍ବଲପୁରର ବହୁ ଗଣମାଧ୍ୟମ ପ୍ରତିନିଧି , CWC ର ସଭ୍ୟ, NYK ର ପ୍ରତିନିଧି ,ସମ୍ବଲପୁର ପ୍ରେସ କ୍ଳବର ସବୁ ସଭ୍ୟମାନେ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା , ଇଟିଭି ଭାରତ