ଓଡିଶା

odisha

ETV Bharat / state

MGNREGAରେ ବ୍ୟାପକ ଅନିୟମିତତା ଅଭିଯୋଗ, ଭିଜିଲାନ୍ସର ଦ୍ବାରସ୍ଥ ହେଲେ ଗ୍ରାମବାସୀ - ମନରେଗା

MGNREGA ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ସମ୍ବଲପୁର କେସାପାଲି ଗ୍ରାମବାସୀ ଭିଜଲାନ୍ସର ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

MGNREGAରେ ବ୍ୟାପକ ଅନିୟମିତତା ଅଭିଯୋଗ, ଭିଜିଲାନ୍ସର ଦ୍ବାରସ୍ଥ ହେଲେ ଗ୍ରାମବାସୀ
MGNREGAରେ ବ୍ୟାପକ ଅନିୟମିତତା ଅଭିଯୋଗ, ଭିଜିଲାନ୍ସର ଦ୍ବାରସ୍ଥ ହେଲେ ଗ୍ରାମବାସୀ

By

Published : Jul 23, 2021, 7:59 PM IST

ସମ୍ବଲପୁର: ଜିଲ୍ଲାର ଯୁଜୁମୁରା ବ୍ଲକ କେସାପାଲି ଗ୍ରାମ ପଞ୍ଚାୟତର କୋଲ ଗାଁ ରେ ବନ ବିଭାଗର ଅଧୀନରେ ହେଉଥିବା ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକ ତଥା ଶ୍ରମିକମାନେ ସମ୍ବଲପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି ।

MGNREGAରେ ବ୍ୟାପକ ଅନିୟମିତତା ଅଭିଯୋଗ, ଭିଜିଲାନ୍ସର ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଗରିବ ଖଟିଖିଆଙ୍କୁ ରୋଜଗାର ଯୋଗାଇବା ପାଇଁ ମନରେଗା ଯୋଜନା ରହିଛି । ଏହି ଯୋଜନା ଅନୁସାରେ ଜଣେ ଶ୍ରମିକ ବାର୍ଷିକ 90 ଦିନର କାର୍ଯ୍ୟ ପାଇବାର ନିୟମ ରହିଛି । ତେବେ ଜିଲ୍ଲାର ଯୁଜୁମୁରା ବ୍ଲକ କେସାପାଲି ପଞ୍ଚାୟତର କୋଲ ଗାଁରେ ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ଶ୍ରମିକମାନଙ୍କ ଜବ କାର୍ଡ ନେଇ ବନ ବିଭାଗର କେତେକ ଅଧିକାରୀ ବ୍ୟାପକ ଦୁର୍ନୀତି କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ବନ ବିଭାଗ ଅଧୀନରେ ହେଉଥିବା ଟ୍ରେଞ୍ଜ କାର୍ଯ୍ୟ ଓ ବୃକ୍ଷରୋପଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

ନିରୀହ ଗରିବ ଶ୍ରମିକଙ୍କ ଜବ କର୍ଡ଼ ଆଣି ମିଥ୍ୟା କାଗଜପତ୍ର କରି ଜେସିବି ମେସିନରେ କାର୍ଯ୍ୟ କରାଯାଉଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ବୃକ୍ଷରୋପଣ ନକରି କେବଳ କାଗଜପତ୍ରରେ କାମ ହେଉଛି । ଶ୍ରମିକଙ୍କ ଜବ କାର୍ଡ ଆଣି ଟଙ୍କା ଉଠାଇ ଶ୍ରମିକଙ୍କୁ କେବଳ 300 ଟଙ୍କା ଦେଇ ବାକି ଟଙ୍କା ବନ ବିଭାଗର କର୍ମଚାରୀ ଆତ୍ମସାତ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ବନ ବିଭାଗର ଟ୍ରେନଜ କାମରେ 35 ହଜାରର କାର୍ଯ୍ୟ କରି 2 ଲକ୍ଷ 40 ହଜାରର ବିଲ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ରେଞ୍ଜର ଆଲୋକ ଷଡ଼ଙ୍ଗୀ ଏହି ଦୁର୍ନୀତିରେ ଲିପ୍ତ ଥିବା କୋଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ନେଇ ସ୍ଥାନୀୟ ଲୋକେ ସମ୍ବଲପୁର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହେବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details