ଓଡିଶା

odisha

ETV Bharat / state

ମିଳୁନାହାଁନ୍ତି ନିର୍ଦେଶକ, ସଂକଟରେ ଭିମସାର !

ଭିମସାରକୁ ଭଗବାନ ଭରଷା । ମିଳୁନାହାଁନ୍ତି ସ୍ଥାୟୀ ନିର୍ଦ୍ଦେଶକ । ଅସ୍ଥାୟୀ ନିର୍ଦେଶକରେ ଚାଲିଛି କାମ । ରୋଗୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ ।

By

Published : Aug 17, 2019, 10:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ମୁଖିଆ ବିହୀନ ବୀର ସୁରନ୍ଦ୍ରେ ସାଏ ମେଡିକାଲ କଲେଜ । ପଶ୍ଚିମ ଓଡିଶାବାସୀଙ୍କ ଏକମାତ୍ର ଜୀବନ ରକ୍ଷାକାରୀ ଅନୁଷ୍ଠାନ ଭିମସାର ଏବେ ବିପଦରେ । ଗତ ଆଠମାସ ହେଲା ନାହାଁନ୍ତି ଏହି ଅନୁଷ୍ଠାନର ମୁଖିଆ । ଫଳରେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଭିମସାର ହେଉଛି ସମଗ୍ର ପଶ୍ଚିମାଞ୍ଚଳର ଏକ ପ୍ରତିଷ୍ଠିତ ମେଡିକାଲ । ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସିଥାନ୍ତି । ହେଲେ ଗତ ଜାନୁୟାରୀ ମାସରେ ବିବାଦ ଘେରକୁ ଆସିବା ପରେ ସେତେବେଳର ନିର୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଡା.ପ୍ରକାଶ ଚନ୍ଦ୍ର ମହାପାତ୍ର, ଡା. ବିଜୟ ଦତ୍ତ 2 ଜଣ ଆସ୍ଥାୟୀ ନିର୍ଦେଶକରେ ଚାଲିଲା ଭିମସାର । ପରେ ଜୁନ ମାସରେ ଡା. ଡି ଏନ ମହାରଣାଙ୍କୁ ପୁଣି ଅସ୍ଥାୟୀ ନିର୍ଦେଶକ ଭାବେ ସରକାର ନିଯୁକ୍ତି ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟ ଏହି ଦୁଇଜଣଙ୍କ ମଧ୍ୟରୁ କେହିବି ବୁର୍ଲାରେ ସ୍ଥାୟୀ ଭାବେ ରହୁନଥିବା ଅଭିଯୋଗ ହୋଇଛି । ଫଳରେ ଭିମସାରରେ ପୁଣିଥରେ ଅଚଳାବସ୍ଥା ପରିସ୍ଥିତିକୁ ଆସିବା ବଡ କଥା ନୁହେଁ ।

ଆଉ ସ୍ଥାୟୀ ନିର୍ଦେଶକ ନରହିବା ଦ୍ବାରା ଦରମା, ନିଯୁକ୍ତି ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅଟକିଥିବା ଡାକ୍ତରୀ ଛାତ୍ର ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରୋଗୀ ସେବା ମଧ୍ୟ ପ୍ରଭାବିତ ହେଉଥିବା ତଥା ଡାକ୍ତର ମାନେ ଠିକ ସମୟରେ ଆସୁନଥିବା ଅଭିଯୋଗ କରଛନ୍ତି ରୋଗୀଙ୍କ ସଂର୍ପକୀୟ ।


ଏପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜର ଅସହାୟତା ପ୍ରକାଶ କରିବା ସହ କହିଛନ୍ତି ସ୍ଥାୟୀ ନିର୍ଦ୍ଦେଶକ ପଦବୀ ନିଯୁକ୍ତି ପାଇଁ ସରକାର ପ୍ରକ୍ରିୟା ଜାରି ରଖିଥିବା ବେଳେ ଏହି ପଦବୀ ପାଇଁ କେହି ଆବେଦନ କରୁ ନାହାଁନ୍ତି । ଫଳରେ ଆବେଦନ ପାଇଁ ପୁଣିଥରେ ବିଜ୍ଞାପନ ପ୍ରକାଶ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details