ଓଡିଶା

odisha

ETV Bharat / state

ପଶ୍ଚିମ ଓଡିଶାରେ ବନ୍ଦ ଡାକରାକୁ ସମ୍ବଲପୁର କଂଗ୍ରେସର ସମର୍ଥନ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଆସନ୍ତା ଫେବୃଆରୀ 5 ରେ ପଶ୍ଚିମ ଓଡ଼ିଶାର ଓକିଲ ସଂଘ ସମୂହ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଉ ଏହାକୁ କଂଗ୍ରେସ ସମର୍ଥନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

By

Published : Feb 3, 2020, 10:08 AM IST

ପଶ୍ଚିମ ଓଡିଶାରେ ବନ୍ଦ ଡାକରାକୁ ସମ୍ବଲପୁର କଂଗ୍ରେସର ସମର୍ଥନ
ପଶ୍ଚିମ ଓଡିଶାରେ ବନ୍ଦ ଡାକରାକୁ ସମ୍ବଲପୁର କଂଗ୍ରେସର ସମର୍ଥନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ଫେବୃଆରୀ 5 ରେ ପଶ୍ଚିମ ଓଡ଼ିଶାର ଓକିଲ ସଂଘ ସମୂହ ଓ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ସମର୍ଥନ କରିବ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ।

ପଶ୍ଚିମ ଓଡିଶାରେ ବନ୍ଦ ଡାକରାକୁ ସମ୍ବଲପୁର କଂଗ୍ରେସର ସମର୍ଥନ


ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ ସୂଚନା ଦେଇଛନ୍ତି । ଏହାସହ ଏହି ସାମ୍ବାଦିକ ସମ୍ମିଳନୀରେ ସେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସମ୍ବଲପୁର ଜିଲାରେ ଚାଷୀଙ୍କ ଧାନ ବିକ୍ରି ନେଇ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ନେଇ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।


ଏହା ସହ ସମ୍ବଲପୁର ମହାନଗର ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମ୍ପୂର୍ଣ୍ଣ ହେବାର ଧାର୍ଯ୍ୟ ଅବଧି ସାରିଯାଇଥିଲେ ମଧ୍ୟ କୌଣସି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ମୁଖ୍ୟତଃ ସମ୍ବଲପୁର ମହାନଗର ଅଞ୍ଚଳରେ ଚାଲିଥିବା ସ୍ବେରେଜ ପ୍ରକଳ୍ପ ଓ ଫ୍ଲାଇ ଓଭର କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଚାଲିଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details