ଓଡିଶା

odisha

ETV Bharat / state

ୱେସ୍କୋ କର୍ମଚାରୀଙ୍କ ଦାଦାଗିରି, ଫଟାଇଲେ ଗ୍ରାହକଙ୍କ ମୁଣ୍ଡ

ସମ୍ବଲପୁରରେ ୱେସ୍କୋ କର୍ମଚାରୀ କରୁଛନ୍ତି ଦାଦାଗିରି । ବିଲ ସଂଗ୍ରହ କରିବାକୁ ଯାଇ ଗ୍ରାହକଙ୍କୁ ମାରପିଟ କରି ତାଙ୍କ ମୁଣ୍ଡ ଫଟାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

By

Published : Oct 20, 2019, 6:43 AM IST

ୱେସ୍କୋ କର୍ମଚାରୀଙ୍କ ଦାଦାଗିରି, ପଠାଇଲେ ଗ୍ରାହକଙ୍କ ମୁଣ୍ଡ

ସମ୍ବଲପୁର: ବରେଇପାଲିରେ ଓ୍ଵେସ୍କୋ (WESCO) କର୍ମଚାରୀଙ୍କ ଦାଦାଗିରି। ଦିନ ଦ୍ବିପ୍ରହରେ ବରେଇପାଲି ଅଞ୍ଚଳର ଜଣେ ଦୋକାନୀଙ୍କଠାରୁ ବିଜୁଳି ବିଲ୍‌ ସଂଗ୍ରହ କରିବାକୁ ଯାଇଥିବା କିଛି ଓ୍ଵେସ୍କୋ କର୍ମଚାରୀ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ଅଇଁଠାପାଲି ଥାନାରେ ।

ୱେସ୍କୋ କର୍ମଚାରୀଙ୍କ ଦାଦାଗିରି, ପଠାଇଲେ ଗ୍ରାହକଙ୍କ ମୁଣ୍ଡ

ଆଶିଷ କୁମାର ଗୁପ୍ତା ନାମକ ଜଣେ ଦୋକନୀଙ୍କ କିଛି ପୁରୁଣା ବିଜୁଳି ବିଲ୍‌ ବକେୟା ରହିଥିଲା । ଶନିବାର ଦିନ ପ୍ରାୟ 11ଟା ସମୟରେ କିଛି ଓ୍ବେସ୍କୋ କର୍ମଚାରୀ ତାଙ୍କ ଦୋକାନକୁ ବିଲ୍‌ ସଂଗ୍ରହ କରିବାକୁ ଯାଇଥିଲେ । ପ୍ରାୟ 20 ରୁ 25 ଜଣ ତାଙ୍କ ଦୋକାନ ଭିତରକୁ ପଶିବାରୁ ସେମାନଙ୍କୁ ବାରଣ କରିଥିଲେ ଆଶିଷ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ହୋଇଥିଲା ।

ଯାହାପରେ କିଛି ଓ୍ଵେସ୍କୋ କର୍ମଚାରୀ ଆଶିଷକୁ ନିର୍ଦ୍ଧୁମ ମାଡ ମାରିବା ସହ ତାଙ୍କ ମୁଣ୍ତରେ ଏକ ବୋତଲ ମାରି ଥିବାର ଅଭିଯୋଗ କରିଛନ୍ତି ଆଶିଷ । ତେବେ ବିଲ୍‌ ସଂଗ୍ରହ ପାଇଁ ଆସିଥିବା କିଛି ଯୁବକଙ୍କ ନାମରେ ପୁର୍ବରୁ ଅଇଁଠାପାଲି ଥାନାରେ ସଙ୍ଗିନ ମାମଲା ରହିଥିବା ଅଭିଯୋଗ କରିଛନ୍ତି ଆଶିଷ । ଏନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ବକେୟା ଟଙ୍କା ଅସୁଲି ପାଇଁ ଅସାମାଜିକ ଯୁବକଙ୍କୁ ବ୍ୟବହାର କରୁଥିବା ନେଇ ୱେସ୍କୋ ନାଁରେ ପୂର୍ବରୁ ଅଭିଯୋଗ ହୋଇ ଆସୁଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details