ଓଡିଶା

odisha

ETV Bharat / state

ଉପର ମୁଣ୍ଡରେ ପ୍ରବଳ ବର୍ଷା: ଖୋଲିଲା 10ଟି ଗେଟ

ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର ବଢୁଛି । ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି । ଆଜି ସକାଳେ ଡ୍ୟାମର ମୋଟ ଜଳଧାରଣ କ୍ଷମତାର ପାଖାପାଖି ଜଳସ୍ତର ପହଞ୍ଚିଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Aug 27, 2019, 8:21 AM IST

Updated : Aug 27, 2019, 9:28 AM IST

ସମ୍ବଲପୁର: ଉପର ମୁଣ୍ଡରେ ଜାରି ରହିଛି ପ୍ରବଳ ବର୍ଷା । ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ଡ୍ୟାମର 10ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏବେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର ବଢୁଛି । ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି । ଏହାସହ ଆଜି ସକାଳେ ଡ୍ୟାମର ମୋଟ ଜଳଧାରଣ କ୍ଷମତାର ପାଖାପାଖି ଜଳସ୍ତର ପହଞ୍ଚିଯାଇଛି । ତେଣୁ ହୀରାକୁଦରୁ ଜଳ ଛାଡିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସକାଳୁ 6ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ସୂଚନାନୁସାରେ ଆଉ 4ଟି ଗେଟ ଖୋଲାଯାଇଛି ।

ସୂଚନାନୁସାରେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ । ଆଜି ସକାଳ 6ଟା ସୁଦ୍ଧା ଜଳସ୍ତର 623.65 ଫୁଟ ରହିଛି । ଏହି ସମୟରେ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1 ଲକ୍ଷ 88 ହଜାର 672 କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ମୋଟ 10ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Last Updated : Aug 27, 2019, 9:28 AM IST

ABOUT THE AUTHOR

...view details