ଓଡିଶା

odisha

ETV Bharat / state

ଅଗ୍ନିବର୍ଷାରେ ଦାଉ ସାଧିଛି ଜଳକଷ୍ଟ

ପ୍ରଚଣ୍ଡ ଖରାରେ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ନା କାମ ଦେଉଛି ବୋରୱେଲ ନା ଆସୁଛି ପିଏଚ୍‌ଡି ପାଣି । ଏ ଦୃଶ୍ୟ ହେଉଛି ଦୁର୍ଗାପାଲି ଅଞ୍ଚଳ ଅନ୍ତର୍ଗତ 15 ନମ୍ବର ୱାର୍ଡ କାନିଯୁରି ଅଞ୍ଚଳର ।

By

Published : May 5, 2019, 10:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପ୍ରଚଣ୍ଡ ଖରାରେ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ନା କାମ ଦେଉଛି ବୋରୱେଲ ନା ଆସୁଛ ପିଏଚ୍‌ଡି ପାଣି । ଏ ଦୃଶ୍ୟ ହେଉଛି ଦୁର୍ଗାପାଲି ଅଞ୍ଚଳ ଅନ୍ତର୍ଗତ 15 ନମ୍ବର ୱାର୍ଡ କାନିଯୁରି ଅଞ୍ଚଳର । ଯେଉଁଠାରେ 500 ପରିବାର ପାଇଁ ଖରାଦିନର ସାହା ପାଲଟିଛି ଜନସ୍ବାସ୍ଥ୍ୟ ବିଭାଗର ପାଣି ଟ୍ୟାଙ୍କର । ହେଲେ ଏହି ଟ୍ୟାଙ୍କରରେ ଅନିମିତତା ଯୋଗୁଁ ଲୋକଙ୍କୁ ପାଖରେ ବୋହୁଥିବା ନାଳ ଉପରେ ନିର୍ଭର କରିବାକୁ ପଡୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ପାନୀୟ ଜଳର ଅଭାବ ସାଙ୍ଗକୁ ନାଳ ପାଣି ପିଇବା ଦ୍ବାରା ଜଳଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏଠାକାର ଲୋକେ । ଏନେଇ ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ପାଖରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ମିଳିପାରି ନାହିଁ କୌଣସି ସୁଫଳ । ଅନ୍ୟପଟେ ପାନୀୟ ଜଳ ପରି ମୌଳିକ ସୁବିଧା ନପାଇ ହନ୍ତସନ୍ତ ହେଲେଣି ଲୋକେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁଇ ଦିନରେ ଥରେ ମାତ୍ର ଘଣ୍ଟାଏ ପାଇଁ ଏହି ଅଞ୍ଚଳକୁ ଆସେ ପାଣି ଟ୍ୟାଙ୍କର । ଯେଉଁଥିପାଇଁ ଗରା ମାଠିଆ ଧରି ଟ୍ୟାଙ୍କର ଆଗରେ ଲାଗେ ଲମ୍ବା ଲାଇନ । ବେଳେବେଳେ ପାଣି ନପାଇ ନିରାଶ ହୋଇ ଅନେକ ଲୋକେ ଫେରି ମଧ୍ୟ ଯାଆନ୍ତି । ତେବେ ଏହି ସମସ୍ୟା ପାଇଁ 2 ବର୍ଷ ହେବ ଲୋକଙ୍କ ସଂଘର୍ଷ ଜାରି ରହିଥିଲେ ମଧ୍ୟ ମିଳିପାରି ନାହିଁ କୌଣସି ସୁଫଳ ।

ଅନ୍ୟପଟେ ଏସମ୍ପର୍କରେ ଅବଗତ ଥିବା କହିଛନ୍ତି ସମ୍ବଲପୁର ମହାନଗର ନିଗମ କମିଶନର ତ୍ରିଲୋଚନ ମାଝି । ତାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଜଳକଷ୍ଟ ପାଇଁ 2ଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଯାହାର ସଂଖ୍ୟା ଆଗାମୀ ଦିନରେ ବଢାଯିବା ନେଇ ସେ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

ଦେଖିବାକୁ ବାକି ରହିଲା କେବେ ପୂରଣ ହେଉଛି ପ୍ରତିଶୃତି ଓ କେବେ ଦୂର ହେଉଛି ଜଳକଷ୍ଟ ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details