ଓଡିଶା

odisha

ETV Bharat / state

ଭୀମସାରରେ ଭର୍ତ୍ତି ହୋଇନଥିଲା ଗ୍ୟାଙ୍ଗଷ୍ଟାର ହାଇଦର, ବିସ୍ଫୋରକ ବୟାନ ଦେଲେ ଅଧ୍ୟକ୍ଷ - SAMBALPUR DISTRICT NEWS

ପୋଲିସ ହେପାଜତରୁ କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଚାର ହାଇଦର ଫେରାର ଘଟଣାରେ ନୂଆ ମୋଡ । ଅଧିକ ପଢନ୍ତୁ...

ଭିମସାର ଅଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ , ଭିମସାରରେ ଭର୍ତ୍ତି ହୋଇନଥିଲା ଗ୍ୟାଙ୍ଗଷ୍ଟାର ହାଇଦର
ଭିମସାର ଅଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ , ଭିମସାରରେ ଭର୍ତ୍ତି ହୋଇନଥିଲା ଗ୍ୟାଙ୍ଗଷ୍ଟାର ହାଇଦର

By

Published : Apr 11, 2021, 10:11 PM IST

ସମ୍ବଲପୁର: ପୋଲିସ ହେପାଜତରୁ କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଚାର ହାଇଦର ଫେରାର ହେବା ଘଟଣାରେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିବାବେଳେ ଏବେ ଏହାକୁ ନେଇ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଗ୍ୟାଙ୍ଗଷ୍ଟାର ହାଇଦରକୁ କଟକ ଏସସିବିକୁ ରେଫର କରିନାହାନ୍ତି ଭିମସାର କର୍ତ୍ତୃପକ୍ଷ । ଏପରି କିଛି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଖୋଦ ଭିମସାର ଅଧ୍ୟକ୍ଷ ଡାକ୍ତର ଲାଲ ମୋହନ ନାୟକ । ତେବେ ଭିମସାର କର୍ତ୍ତୃପକ୍ଷଙ୍କ ବିନା ପରାମର୍ଶରେ କୁଖ୍ୟାତ ଅପରାଧୀ ହାଇଦରକୁ କାହିଁକି ସମ୍ବଲପୁରରୁ ସୁଦୁର କଟକ ଏସସିବିକୁ ସ୍ଥାନାନ୍ତରିତ କରାଗଲା ତାକୁ ନେଇ ଏବେ ବଡ ପ୍ରଶ୍ନ ମୁଣ୍ଡ ଟେକିଛି ।

ଭିମସାର ଅଧ୍ୟକ୍ଷଙ୍କ ବିସ୍ଫୋରକ ବୟାନ , ଭିମସାରରେ ଭର୍ତ୍ତି ହୋଇନଥିଲା ଗ୍ୟାଙ୍ଗଷ୍ଟାର ହାଇଦର

ଭିମସାର ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମୁତାବକ, ହାଇଦରକୁ ଗତବର୍ଷ ଡିସେମ୍ବର 15ରେ ଶେଷ ଥର ପାଇଁ ବୁର୍ଲାସ୍ଥିତ ଭୀମସାରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ତେବେ ଗତ ମାସ 23 ତାରିଖରେ ସେ ବୁର୍ଲାରେ ଭର୍ତ୍ତି ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେନେଇ ତାଙ୍କ ପାଖରେ କୌଣସି ରେକର୍ଡ ନାହିଁ ବୋଲି କହିଛନ୍ତି ଅଧ୍ୟକ୍ଷ ମୋହନ ନାଏକ।

ଗ୍ୟାଙ୍ଗଷ୍ଟାର ହାଇଦର ରକ୍ତଚାପ, ମଧୁମେହ ସହ ଅନ୍ୟ କିଛି ରୋଗରେ ମଧ୍ୟ ପିଡିତ ଥିଲା । ଚିକିତ୍ସା ପାଇଁ ସେ ବୁର୍ଲା ମେଡ଼ିକାଲକୁ ବାର୍ଷିକ 4 ରୁ 5 ଥର ଆସୁଥିଲେ। ତେବେ ଗତ ଡିସେମ୍ବର 15ରେ ଶେଷ ଥର ପାଇଁ ସେ ଭୀମସାର ଆସିଥିଲେ । ଅନ୍ୟପଟେ ତାଙ୍କୁ ଭୀମସାରରୁ କୌଣସି ଅନ୍ୟତ୍ର ସ୍ଥାନକୁ ରେଫର କରାଯାଇଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଅନ୍ଯପଟେ ଯେହେତୁ ଭୀମସାରରେ ପ୍ଲାଷ୍ଟିକ ସର୍ଜରୀର କୌଣସି ସୁବିଧା ନାହିଁ ସେଥିପାଇଁ କେବଳ ଆଉଟଡୋର ଟିକେଟ ନେଇ ସେ ଅନ୍ୟ ମେଡିକାଲକୁ ଯାଇଥାଇପାରନ୍ତି ବୋଲି ମଧ୍ୟ ଭୀମସାର ଅଧ୍ୟକ୍ଷ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details